ଦେଶ ବିଦେଶମୁଖ୍ୟ ଖବର

ଦେଶରେ ୧୦୦ଜଣ ଭାରତୀୟଙ୍କ ଉପରେ ପରୀକ୍ଷା ହେବ ରୁଷ କରୋନା ଭାକସିନ ‘ସ୍ପୁଟନିକ ଭି’

କୋଭିଡ୍-୧୯ ଭାକସିନ୍ ସନ୍ଧାନରେ ରହିଛନ୍ତି ସମଗ୍ର ଦେଶବାସୀ। ଭାରତ ସରକାର ମଧ୍ୟ ଏହି ଚେଷ୍ଟାରେ ଲାଗିଛନ୍ତି ଯେ ଯେତେ​‌ ଶୀଘ୍ର କରୋନା ଭାକସିନ ଆସୁ

ଏହାରି ଭିତରେ ଭାରତରେ ରୁଷ ସ୍ପୁଟନିକ ଭି ଭାକସିନର ପରୀକ୍ଷଣ ୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ। ଡିସିଜିଆଇ ଏହି ସୂଚନା ଅକ୍ଟୋବର ୨୨ରେ ଦେଇଛନ୍ତି। ପରୀକ୍ଷଣ ପାଇଁ ଫାର୍ମାସ୍ୟୁଟିକାଲ କମ୍ପାନି ଡାକ୍ତର ରେଡ୍ଡି’ସ ଲାବ୍ରୋଟୋରିକୁ ଅନୁମତି ଦିଆଯାଇଛି। ଯଦିଓ ପରୀକ୍ଷଣର ତାରିଖ ଓ ସମୟ କମ୍ପାନି ଦ୍ବାରା ସ୍ଥିର ହେବ।ତୃତୀୟ ପର୍ଯ୍ୟାୟରେ ରୁଷ ଟିକା ପହଞ୍ଚିବା ପୂର୍ବରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଡିସିଜିଆଇ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଡାକ୍ତର ରେଡ୍ଡି’ସଙ୍କ ଲ୍ୟାବକୁ ଅନୁମତି ଦେଇଛନ୍ତି।

ଏବେ ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ ୧୦୦ ଲୋକଙ୍କ ଉପରେ କରାଯିବ। ସେହିପରି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୪ଶହ ଲୋକ ସାମିଲ ହେବେ।୧୦୦ ଲୋକଙ୍କ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଏହାର ବିଶ୍ଲେଷଣ ବିଶେଷଜ୍ଞଙ୍କ ଦ୍ବାରା କରାଯିବ। ଏହି ଆଧାରରେ ହିଁ ଫେଜ-୩ କ୍ଲିନିକାଲ ଟ୍ରାଏଲ ପାଇଁ ଡାକ୍ତର ରେଡ୍ଡି’ସଙ୍କ ଲାବ୍ରୋଟରିକୁ ଅନୁମତି ଦିଆଯିବ।

Show More

Related Articles

Back to top button