ସ୍ୱାସ୍ଥ୍ୟ

ଇମ୍ୟୁନିଟି ବଢାଇବା ସହିତ ବିଭିନ୍ନ ସଂକ୍ରମଣ ପାଇଁ ହିତକର ଚେବନପ୍ରାସ

କରୋନା ଠାରୁ ଦୁରେଇ ରହିବ ପାଇଁ ଇମ୍ୟୁନିଟି କୁ ବଢାଇବା ନିହାତି ଆବଶ୍ୟକ ଅଟେ l ବର୍ତ୍ତମାନ ଗବେଷଣାରୁ ଜଣା ପଡିଛି ଯେ ଚେବନପ୍ରସ ଅତ୍ୟନ୍ତ ଲାଭ ଦାୟକ ଅଟେ ଓ ଏହାକୁ ଆୟୁଷ ମନ୍ତ୍ରଣାଳୟ ପାଖରୁ ରେକମେଣ୍ଟ କରାଯାଇଛି l ଏଥିରେ ୪୦ ରୁ ଅଧିକ ଜଡିବୁଟି ରହିଛି ଓ ଏଥିରେ ଭିଟାମିନ ,ମିନେରାଲସ ଏବଂ ଆଣ୍ଟିଆକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିୟଥିବା କାରଣରୁ ଗବେଷକ ମାନେ ଏହାକୁ ପ୍ରତେକ ଦିନ ଖାଇବାରେ ସାମିଲ କରିବା ପାଇଁ କହିଛନ୍ତି

ଗବେଷଣାରୁ ଏହା ମଧ୍ୟ ଜଣା ପଡିଛି ଯେ ଚେବନପ୍ରସ ସ୍ଥାନରେ ଆମେ ତ୍ରିଫଳା ଚୁର୍ଣ୍ଣ ,ମହୁ ଓ ଘିଅ ଇତ୍ୟାଦିକୁ ମିଶାଇ ତାସାହିତ ଶୁଣ୍ଠୀ ଓ ପିପାଲି ଗୁଣ୍ଡର ସମିଶ୍ରଣରେ ଗୋଟିଏ ପେଷ୍ଟ ପ୍ରସ୍ତୁତ କରି ପ୍ରତେକ ଦିନ ଦୁଇ ବେଳା ଖାଲି ପେଟରେ ଉଷୁମ କ୍ଷୀର କିମ୍ବା ଉଷୁମ ପାଣି ସାହାଯ୍ୟରେ ଖାଇଲେ ଶରୀରକୁ ଲାଭ ମିଳିବ l

* ଚେବନପ୍ରସକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ଦ୍ୱାରା ଶରୀରକୁ ଭିଟାମିନ-ସି ମଧ୍ୟ ମିଳିଥାଏ l ଭିଟାମିନ-ସି ଦ୍ୱାରା ଆମର ଅନେକ ପ୍ରକାରର ସମସ୍ୟା ଶରୀରର ଦୂର ହୋଇଥାଏ l ଶରୀରର କୋଷିକା ଗୁଡିକ ମଧ୍ୟ ସୁସ୍ଥ ରହିବ ସହିତ ହୃତପିଣ୍ଡକୁ ବିଭିନ୍ନ ସମସ୍ୟାରୁ ଦୁରେଇ ରଖିଥାଏ l ସୀତା ଋତୁରେ ଚେବନପ୍ରାସ ଥଣ୍ଡାର ସଂକ୍ରମଣ ଠାରୁ ଦୁରେଇ ରଖେ l

* ନିୟମିତ ଭାବରେ ଆପଣ ଚେବନପ୍ରାସ ଖାଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରହିବ l ଉନ୍ନତ ପାଚନ ତନ୍ତ୍ର କାରଣରୁ ଶରୀରର ମେଟାବୋଲିଯିମ ସୁସ୍ଥ ରହିଥାଏ l ଉନ୍ନତ ମାନର ମେଟାବୋଲିଯିମ କାରଣରୁ ମୋଟାପଣ ସହିତ ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ l

* ସଂକ୍ରମଣ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଚେବନପ୍ରସ ସେବନ କରିବା ଗୋଟିଏ ଭଲ ଉପାୟ ଅଟେ l ଛୋଟ ପିଲା ଓ ବଡ ମଣିଷ ପାଇଁ ଆହ୍ଵା ସେବନ କରିବା ଆବଶ୍ୟକ l

* ପ୍ରତେକ ଦିନ ସନ୍ତୁଳିତ ଭୋଜନ କରିବା ଦ୍ୱାରା ମଧ୍ୟ ଶରୀରରେ ବିଭିନ୍ନ ଭିଟାମିନର କମି ଦେଖା ଦେଖାଦେଇଥାଏ l ଏପରି ସ୍ଥଳେ ଆପଣ ଚେବନପ୍ରସ ସେବନ କଲେ ରକ୍ତ ହୀନତା ପାଇଁ ଲାଭ ମିଳିଥାଏ ,ଏହା ରକ୍ତରେ ହେମୋଗ୍ଲୋବିନର ମାତ୍ରାକୁ ବଢ଼ିବାରେ ସାହାଯ୍ୟ କରେ l

* ଆୟୁର୍ବେଦ ନିୟମ ଅନୁସାରେ ଚେବନପ୍ରସରେ ଥିବା ଯୌଗିକ ପଦାର୍ଥ ଶରୀରକୁ ଅନେକ ପୋଷଣ ଯୋଗାଇଥାଏ l ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯନ୍ତ୍ରଣାରୁ ଆରାମ ଦେଇଥାଏ ଚେବନପ୍ରସ l

Show More

Related Articles

Back to top button