ଓଡ଼ିଶା

ପାଣିପାଗ -୧୯ ଜିଲାକୁ ହାଲୁକା ଚେତାବନୀ

କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିଛି। ତଥାପି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଲିପିବଧ (ରେକର୍ଡ) କରାଯାଇଛି। ସେହିପରି ଟିଟିଲାଗଡରେ ୩୯.୫ ଏବଂ ବଲାଙ୍ଗୀରରେ ୩୯ ଡିଗ୍ରୀ ପାରଦ ରହିଛି

ଅନ୍ୟାନ୍ୟ ସ୍ଥାନଗୁଡିକରେ ଦିନ ତାପମାତ୍ରା ୩୮ ଡିଗ୍ରୀ ତଳକୁ ଖସି ଆସିଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାକୁ ଥିବାରୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ, କୋରାପୁଟ, ମାଲକାନଗିରି, ରାୟଗଡା ଏବଂ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ବଜ୍ରପାତକୁ ଲକ୍ଷ୍ୟକରି ପାଣିପାଗ ବିଭାଗ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ, କୋରାପୁଟ, ରାୟଗଡା, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲାକୁ ହାଲୁକା ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଦିଆଯାଇଛି।ଚେତାବନୀ ଦିଆଯାଇଥିବା ଜିଲାଗୁଡିକରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଆଜି ବାରିପଦା, ଭୁବନେଶ୍ୱର, ପାରାଦ୍ୱୀପ, ଚାନ୍ଦବାଲି ଏବଂ ବାଲେଶ୍ୱରରେ କାଳବୈଶାଖୀ ଜନିତ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସତର୍କ ରହିବା ପାଇଁ ଜିଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍‍ ଆୟୁକ୍ତ (ଏସ୍‍ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button