Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସିବିଏସଇ ପାଠ୍ୟକ୍ରମ ଢାଞ୍ଚାରେ ପରିବର୍ତ୍ତନ, ଆସନ୍ତାବର୍ଷରୁ 2ଟି ଟର୍ମରେ ହେବ ଦ୍ୱାଦଶ ପରୀକ୍ଷା

ଦଶମ-ଦ୍ୱାଦଶ ଫଳାଫଳରେ ପୂର୍ବ ଶ୍ରେଣୀର ମାର୍କ ଯୋଡିବାକୁ ପରାମର୍ଶ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପାଠ୍ୟକ୍ରମ ଢାଞ୍ଚାର ଡ୍ରାଫ୍ଟ ପ୍ରକାଶ କରିଛି। ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଦୁଇଟି ଟର୍ମରେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଦଶମ-ଦ୍ୱାଦଶ ଫଳାଫଳରେ ପୂର୍ବ ଶ୍ରେଣୀର ମାର୍କ ଯୋଡିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ନୂତନ ଜାତୀୟ ଶିକ୍ଷାନୀତିକୁ ଧ୍ୟାନରେ ରଖି ପ୍ରସ୍ତୁତ ଏହି ଢାଞ୍ଚାରେ ବିଜ୍ଞାନ, ବାଣିଜ୍ୟ ଏବଂ କଳା ବିଭାଗ ଗୁଡିକର ବିଭାଜନକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି।କରୋନା ସମୟରେ ବୋର୍ଡ ପରୀକ୍ଷାକୁ ଦୁଇଟି ଭାଗରେ କରାଯାଉଥିଲା । ବର୍ତ୍ତମାନ ସେହି ସମାନ ବ୍ୟବସ୍ଥା ଲାଗୁ ହେବାପାଇଁ ଯାଉଛି । 2024-25 ପାଠ୍ୟବର୍ଷରୁ ଏହି ନୂତନ ଢାଞ୍ଚା କାର୍ଯ୍ୟକାରୀ ହୋଇପାରେ । ଏପର୍ଯ୍ୟନ୍ତ 1975, 1988, 2000 ଏବଂ 2005ରେ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତ କରାଯାଇଥିଲା । ବୋର୍ଡ ପରୀକ୍ଷାର ଫର୍ମାଟ ପରିବର୍ତ୍ତନ କରିବାର ଏହା ମଧ୍ୟ ପ୍ରଥମ ପ୍ରୟାସ ନୁହେଁ । ଏହାପୂର୍ବରୁ 2009ରେ କ୍ରମାଗତ ଏବଂ ବିସ୍ତୃତ ମୂଲ୍ୟାଙ୍କନ ପଦ୍ଧତି ଦଶମ ଶ୍ରେଣୀ ପାଇଁ ଲାଗୁ କରାଯାଇଥିଲା, କିନ୍ତୁ ଏହା 2017ରେ ପ୍ରତ୍ୟାହାର କରି ନିଆଯାଇଥିଲା ।

ନବମରୁ ଦ୍ଵାଦଶ ପର୍ଯ୍ୟନ୍ତ, 8ଟି ଗ୍ରୁପ୍ସରୁ ବିଷୟ ଚୟନ କରିବାକୁ ପଡିବ | ଡ୍ରାଫ୍ଟରେ ଶେଷ 4 ବର୍ଷରେ (ନବମ ରୁ ଦ୍ଵାଦଶ) ବିଷୟ ବାଛିବାରେ ନମନୀୟତା ରହିବ । ଏଗୁଡିକ 8 ଗ୍ରୁପ୍ସରେ ବିଭକ୍ତ ହେବ – ମାନବିକତା, ଗଣିତ-କମ୍ପୁଟିଙ୍ଗ , ଧନ୍ଦାମୂଳକ ଶିକ୍ଷା, ଶାରୀରିକ ଶିକ୍ଷା, କଳା ଶିକ୍ଷା, ସାମାଜିକ ବିଜ୍ଞାନ, ବିଜ୍ଞାନ, ଆନ୍ତ – ଶୃଙ୍ଖଳିତ ବିଷୟ । ଏହି 4 ବର୍ଷଗୁଡିକ ମଧ୍ୟ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହେବ – ନବମ ଓ ଦଶମ ଏବଂ ଏକାଦଶ ଏବଂ ଦ୍ୱାଦଶ | ପ୍ରଥମ ପର୍ଯ୍ୟାୟରେ ଯଥା ବିଜ୍ଞାନ, ସାମାଜିକ ବିଜ୍ଞାନ ଏବଂ ମାନବିକତା ନବମ-ଦଶମ ଶ୍ରେଣୀରେ, ଦ୍ୱିତୀୟ ପର୍ଯ୍ୟାୟରେ ଏକାଦଶ-ଦ୍ଵାଦଶ ଶ୍ରେଣୀରେ ଇତିହାସ, ପଦାର୍ଥ ବିଜ୍ଞାନ ଓ ଭାଷା ଶିକ୍ଷା ଦିଆଯିବ । ଏକାଦଶ ଏବଂ ଦ୍ୱାଦଶରେ 8ଟି ବିଷୟ ଗ୍ରୁପ୍ସ ମଧ୍ୟରୁ 4 ଟି ବିଷୟ ପଢିବାକୁ ପଡିବ | ଏହି ଦୁଇ ବର୍ଷରେ ସେମିଷ୍ଟାର ସିଷ୍ଟମ ମାଧ୍ୟମରେ ଶିକ୍ଷାଦାନ କରାଯିବ। ମନୋନୀତ ବିଷୟକୁ ଗୋଟିଏ ସେମିଷ୍ଟାରରେ ସମାପ୍ତ କରିବାକୁ ପଡିବ । ଦ୍ୱାଦଶ ସାର୍ଟିଫିକେଟ୍ ପାଇବାକୁ ଛାତ୍ର/ଛାତ୍ରୀ ମାନଙ୍କୁ 16ଟି ପେପରରେ ପାସ୍ କରିବାକୁ ପଡିବ | 8ଟି ମଧ୍ୟରୁ ତିନୋଟି ବିଷୟ ଗ୍ରୁପ୍ସରୁ ପିଲାଙ୍କୁ ଚାରୋଟି ବିଷୟ ବାଛିବାକୁ ପଡିବ । ଉଦାହରଣ ସ୍ୱରୂପ ଯଦି ଜଣେ ଛାତ୍ର ସାମାଜିକ ବିଜ୍ଞାନ ବିଷୟ ଗ୍ରୁପ୍ସରୁ ଇତିହାସ ବାଛିଥାଏ ତେବେ ତାଙ୍କୁ ଇତିହାସର ଚାରୋଟି ପେପର ପୂରଣ କରିବାକୁ ପଡିବ | ଯଦି କେହି ଗଣିତ ଗ୍ରୁପ୍ସରୁ କମ୍ପ୍ୟୁଟର ସାଇନ୍ସ ଚୟନ କରନ୍ତି ତେବେ ତାଙ୍କୁ ଏଥିରେ ଚାରୋଟି ପେପର ଦେବକୁ ପଡ଼ିବ ।

CBSE ତାର ମୂଲ୍ୟାଙ୍କନ ପଦ୍ଧତିରେ ପରିବର୍ତ୍ତନ କରି 2024 ବୋର୍ଡ ପରୀକ୍ଷାରେ ଅଧିକ ସଂଖ୍ୟକ ମଲ୍ଟିପଲ୍ ଚଏସ୍ ପ୍ରଶ୍ନ (MCQs) ପଚାରିବାକୁ ଏବଂ କ୍ଷୁଦ୍ର ଏବଂ ଦୀର୍ଘ ଉତ୍ତର ପ୍ରଶ୍ନର ଗୁରୁତ୍ବ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ନୂତନ ଜାତୀୟ ଶିକ୍ଷା ନୀତିକୁ ଦୃଷ୍ଟିରେ ରଖି ବୋର୍ଡ ଏହି ପଦକ୍ଷେପ ନେଇଛି । 2023-24 ବର୍ଷର ଦଶମ ବୋର୍ଡ ପରୀକ୍ଷାରେ, MCQ ପେପରର ଗୁରୁତ୍ବ 50% ଥିବାବେଳେ ଦ୍ୱାଦଶରେ ଏହା 40% ହେବ ।

Show More

Related Articles

Back to top button