Breaking PLUSଓଡ଼ିଶାମୁଖ୍ୟ ଖବର

ବିଷ ପିଇ ମହିଳା ପୋଲିସ SI ଗୁରୁତର

ପ୍ରେମରେ ବିଫଳ ପରେ ପଦକ୍ଷେପ

ବଲାଙ୍ଗିର ଜିଲ୍ଲା ସଇଁତଳାରେ ଚାଞ୍ଚଲ୍ୟ । ବିଷ ପିଇ ମହିଳା ପୋଲିସ SI ଗୁରୁତର । ସଇଁତଳା ଥାନାରେ କାର୍ଯ୍ୟରତ SI କାଜଲ ବାଗ ବିଷ ଖାଇଦେଇଥିବା ଜଣାପଡିଛି । ଗତକାଲି ରାତିରେ ସଇଁତଳା ଗୋପବନ୍ଧୁନଗର ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ଖାଇ ଦେଇଥିବା ଜଣାପଡିଛି ।

ରାତିରେ ମହିଳା SI ଜଣକ କାହା ସହିତ ଜୋରରେ ପାଟି କରି କଥା ହେଉଥିବାରୁ ଶୁଣିଥିବା ପଡ଼ୋଶୀ କହିଛନ୍ତି । ବୋଧହୁଏ ତାଙ୍କ ବୟଫ୍ରେଣ୍ଡ ହୋଇପାରନ୍ତି । ତା ପରେ ବୋଧହୁଏ ସେ ମଶା ମାରିବାର ଲିକ୍ୟୁଡ୍ ପିଇ ଦେଇଥିଲେ । ଏ ସଂପର୍କରେ ସେହି ଯୁବକ ଜଣକ ଖବର ଦେବା ପରେ ଥାନାରୁ କନଷ୍ଟେବଳମାନେ ଆସି ଏସଆଇଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Show More

Related Articles

Back to top button