Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

CBSE ବୋର୍ଡ ପରୀକ୍ଷା ନେଇ ଆସିଲା ବଡ ଖବର

ରଦ୍ଦ ହୋଇପାରେ ପରୀକ୍ଷା! ନିଷ୍ପତ୍ତିକୁ ଅପେକ୍ଷା

ବାତିଲ ହୋଇପାରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ ୨ ବୋର୍ଡ ପରୀକ୍ଷା । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇପାରନେତି ସରକାର । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହେଉଛି । ପରୀକ୍ଷାର୍ଥୀଙ୍କ କହିବା ମୁତାବକ ନିଜ ସ୍କୁଲ ବ୍ୟତୀତ ଅନ୍ୟ କୌଣସି କେନ୍ଦ୍ରରେ ପରିକ୍ଷା ହେଲେ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଯେଉଁଥିପାଇଁ ସଂକ୍ରମଣ ନିମନ୍ତ୍ରଣ ବାହାରକୁ ଯାଇପାରେ ବୋଲି ଆଶଙ୍କା ରହିଛି । ସୁରକ୍ଷା ସାବଧାନତାକୁ ଅଣଦେଖା କଲେ ହୁଏତ ଭୂତାଣୁ ସଂକ୍ରମଣର ଆଶଙ୍କା ବହୁଗୁଣିତ ହେବ । ତେଣୁ CBSE ବୋର୍ଡ ଏହି ପରୀକ୍ଷାକୁ ବାତିଲ କରିବା ଉଚିତ୍ ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଦଶମ, ଦ୍ୱାଦଶ ଟର୍ମ -୨ ପରୀକ୍ଷା ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସାରିଛି । କୋଭିଡ୍ ପ୍ରୋଟୋକଲ୍ ଏବଂ ସ୍ୱଚ୍ଛତା-ନିରାପତ୍ତା ଅନୁସରଣ କରିବାକୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶରେ କରୋନା ଗ୍ରାଫ ବୃଦ୍ଧି ପାଉଥିବାବେଳେ CBSE ପରୀକ୍ଷା ନେଇ ଏକ ବଡ଼ ଘୋଷଣା କରାଯାଇପାରେ । ବୋର୍ଡର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ଘଟଣା ଉପରେ ନଜର ରଖିଛନ୍ତି ।

Show More

Related Articles

Back to top button