Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ଟୀକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

ରାଜ୍ୟରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଛି । ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯାଉଛି ଟୀକା । ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣରେ ଟୀକା ନେଇଛନ୍ତି । ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସମସ୍ତ ପଞ୍ଜିକୃତ କର୍ମଚାରୀ ଟୀକା ନିଅନ୍ତୁ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 16 ହଜାର ସମ୍ମୁଖ ଯୋଦ୍ଧା ଟୀକା ନେବାକୁ ପଞ୍ଜିକୃତ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ ରଏ ଟୀକା ନେଇଛନ୍ତି । ଆଜିଠୁ ସାରା ରାଜ୍ୟରେ ପୋଲିସଙ୍କୁ ଟୀକା ଦିଆଯିବ । ଭୁବନେଶ୍ୱରରେ କମିଶନର ଅଫିସ , ଡିସିପି ଭୁବନେଶ୍ୱର , ଏସ୍‌ଏସ୍‌ ବାଟାଲିଅନ୍‌ , ସପ୍ତମ ବାଟାଲିଅନ୍‌ , ରାଜ୍ୟ ଗୁଇନ୍ଦା ବିଭାଗ , ଏସ୍‌ଓଜି , ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପୋଲିସ ଟୀକା ନେବେ । 8,937 ଜଣ ପୋଲିସ କର୍ମଚାରୀ ଏହି ଟୀକା ନେବେ ।

Show More

Related Articles

Back to top button