Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଖସୁଛି ସୁନାର ମୂଲ୍ୟ, ୨୬୬୩ ଟଙ୍କା ଶସ୍ତା ହେଲା ସୁନା

ସୁନାର ଦାମ୍ ଲଗାତର ଭାବେ ହ୍ରାସ ପାଉଛି । ଦିଲ୍ଲୀରେ ଶୁକ୍ରବାର ସୁନା ଦର ୧୬୩ ଟଙ୍କା କମି ୧୦ ଗ୍ରାମ୍ ପିଛା ୪୬୭୩୮ ଟଙ୍କା ରହିଛି । ବଜେଟ୍ ପରଠୁ ଲଗାତର ପାଞ୍ଚଥର ସୁନାର ଦାମ୍ କମିଲାଣି । ଏପରି ଭାବେ ମୋଟ୍ ୨୬୬୩ ଟଙ୍କା ସୁନା ଶସ୍ତା ହୋଇଛି ।

ସୁନାର ଦାମ୍ ଲଗାତର ଭାବେ ହ୍ରାସ ପାଉଛି । ଦିଲ୍ଲୀରେ ଶୁକ୍ରବାର ସୁନା ଦର ୧୬୩ ଟଙ୍କା କମି ୧୦ ଗ୍ରାମ୍ ପିଛା ୪୬୭୩୮ ଟଙ୍କା ରହିଛି । ବଜେଟ୍ ପରଠୁ ଲଗାତର ପାଞ୍ଚଥର ସୁନାର ଦାମ୍ କମିଲାଣି । ଏପରି ଭାବେ ମୋଟ୍ ୨୬୬୩ ଟଙ୍କା ସୁନା ଶସ୍ତା ହୋଇଛି ।

ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ଦାମ୍ କମିବା କାରଣରୁ ଉପଭୋକ୍ତାଙ୍କ ପାଇଁ ଅନେକ ଫାଇଦା ହେବ । ଏବେ ସୁନା କିଣିବା ହେଉଛି ପ୍ରକୃଷ୍ଟ ସମୟ । ତେବେ ଆଗାମୀ ଦିନରେ ସୁନାର ଦାମ୍ ବଢିବା ଓ କମିବା ଲାଗି ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଗୋଟିଏ ସପ୍ତାହ ପରେ ଦେଶରେ ବିବାହ ଋତୁ ଆରମ୍ଭ ହୋଇଯିବ । ଏହି ସମୟରେ ଦାମ୍ କମିବା ଫଳରେ ଗ୍ରାହକମାନେ ଲାଭରେ ରହିବେ । ଏହାସହ ଦୋକାନୀମାନେ ମଧ୍ୟ ଅନେକ ଲୋଭନୀୟ ଅଫର୍ ଦେବେ ।

ସୂଚନାନୁସାରେ, ଗତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ୫୫ ହଜାର ଟଙ୍କା ଟପିଥିଲା । ଏବେ କିନ୍ତୁ ଟିକା ଆସିବା ପରେ ଦାମ୍ କମିଛି । ଏହାସହ ଅର୍ଥବ୍ୟବସ୍ଥା ପୁଣି ଥରେ ଟ୍ରାକକୁ ଫେରିବ ବୋଲି ଆଶା କରାଯାଉଛି । ତେଣୁ ସୁନାର ଦାମ୍ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି ।

ସୁନାର ଦାମ୍ ଏବେ ୧୦ ଗ୍ରାମ ପିଛା ୪୭ ହଜାର ତଳେ ରହିଛି । ତେବେ ଆଗାମୀ ୧ ବର୍ଷ ମଧ୍ୟରେ ଦର ୫୨ ହଜାର ଟଙ୍କା ଛୁଇଁପାରେ । ଦୀପାବଳିରେ ସୁନା ଦାମ୍ ୫୦ ହଜାର ଟପିବ ବୋଲି ଅନୁମାନ କରାଯାଉଛି ।

ସେହିପରି ରୁପାର ଦାମ୍ କେଜି ପିଛା ୬୭,୪୮୩ ଟଙ୍କାରେ ପହଁଚିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସ ପିଛା ୧୮୧୦ ଡଲାର ଥିବା ବେଳେ ରୁପା ରହିଛି ୨୬.୭୧ ଡଲାର ।

Show More

Related Articles

Back to top button