Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ଟିକା ନେଲେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ

ରାଜ୍ୟରେ ଆଜିଠାରୁ ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକାଦାନ କରାଯାଉଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କରୋନା ଟିକା ନେଇଛନ୍ତି।

ରାଜ୍ୟରେ ଆଜିଠାରୁ ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକାଦାନ କରାଯାଉଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କରୋନା ଟିକା ନେଇଛନ୍ତି। ସେହିପରି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଛତ୍ରପୁର ବ୍ଲକରେ ଟିକା ନେଇଥିବାବେଳେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ମଧ୍ୟ ଟିକା ନେଇଛନ୍ତି।

ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

ଆଜି ପ୍ରାୟ ୨୦୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ଟିକା ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ମହାନଗର ନିଗମ କଲ୍ୟାଣମଣ୍ଡପରେ ନିଗମ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଟିକା ଦିଆଯାଉଛି। ଏହି ଦୁଇଟି ସ୍ଥାନରେ ୧୦୦ ଲେଖାଁଏ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। କଟକ ଜିଲ୍ଲା କୋଭିଡ଼୍‍ ନୋଡାଲ ଅଧିକାରୀ ଉମେଶ ରାୟ କହିଛନ୍ତି ଆସନ୍ତା ୧୦ ଦିନ ମଧ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ
ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 16 ହଜାର ସମ୍ମୁଖ ଯୋଦ୍ଧା ଟୀକା ନେବାକୁ ପଞ୍ଜିକୃତ ହୋଇଛନ୍ତି । 8937 ଜଣ ପୋଲିସ କର୍ମଚାରୀ ଏହି ଟୀକା ନେବେ ।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ , ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଟୀକା ନେବେ। ଭୁବନେଶ୍ୱରରେ ପ୍ରଥମ ଦିନରେ ଆଜି 6 ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ୟୁନିଟ 8, କଟକ ରୋଡ଼ ସ୍ଥିତ ଯାତ୍ରୀ ନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ , 7 ମ ବାଟାଲିଅନ ଓ ରିସେର୍ଭ ପୋଲିସରେ ଟୀକାକରଣ ହେବ । ପ୍ରତି କେନ୍ଦ୍ରରେ 100 ଜଣ ଲେଖାଏଁ ସମ୍ମୁଖ ଯୋଦ୍ଧା ଟୀକା ଗ୍ରହଣ କରିବେ। ଏଥିପାଇଁ ସକାଳ 9 ଟା ଠାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ ସହ ସବୁ ଜିଲ୍ଲାର ଜିଲ୍ଲାପାଳ , ଏସପି ଓ ବରିଷ୍ଠ ଅଧିକାରୀମାନେ ଟାକା ନେବେ । ବରିଷ୍ଠ ଅଧିକାରୀ ମାନେ ଟୀକା ନେବା ବେଳର ଫଟୋ ଟ୍ୱିଟରରେ ଅପଲୋଡ ହେବ ।

ଭୁବନେଶ୍ୱରରେ କମିଶନର ଅଫିସ , ଡିସିପି ଭୁବନେଶ୍ୱର , ଏସ୍‌ଏସ୍‌ ବାଟାଲିଅନ୍‌ , ସପ୍ତମ ବାଟାଲିଅନ୍‌ , ରାଜ୍ୟ ଗୁଇନ୍ଦା ବିଭାଗ , ଏସ୍‌ଓଜି , ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ପୋଲିସ ଟୀକା ନେବେ । 8937 ଜଣ ପୋଲିସ କର୍ମଚାରୀ ଏହି ଟୀକା ନେବେ । ବିଏମସି ଅଞ୍ଚଳରେ 8 ରୁ 10 ଦିନ ଭିତରେ ଟୀକାକରଣ ହେବ । ସେହିପରି କଟକରେ ରାଜ୍ୟ ପୋଲିସ ସଦର ମହକୁମା , ଡିସିପି କଟକ , କ୍ରାଇମବ୍ରାଞ୍ଚ , ଦୁର୍ନୀତି ନିବାରଣ ବିଭାଗ , ହୋମ୍‌ ଗାର୍ଡ଼ , ଫାୟାର ସର୍ଭିସେସ୍‌ , ଷଷ୍ଠ ବାଟାଲିଅନ୍‌ ପ୍ରମୁଖ ୧୧ଟି ପ୍ରତିଷ୍ଠାନର କର୍ମଚାରୀ ଓ ହୋମ୍‌ ଗାର୍ଡଙ୍କୁ ଟିକା ଦିଆଯିବ । ପୋଲିସ ପାଇଁ ୭ ଟି ସେସନ୍ ରେ ଟୀକାକରଣ କରାଯିବ । ସେଥିପାଇଁ ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି ।

Show More

Related Articles

Back to top button