Breaking PLUSଓଡ଼ିଶାମୁଖ୍ୟ ଖବର

ମାହାଙ୍ଗା ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ

ମାହାଙ୍ଗା ଡବଲ ମର୍ଡର ଓ ୨୦୧୮ ବିକାଶ ଜେନା ହତ୍ୟା ମାମଲାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର ହୋଇଛି । କଣ୍ଟେନର ତଳୁ ଉଦ୍ଧାର ହୋଇଛି ମୃତଦେହ । ଟ୍ରକ ଚାପାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରୁ ତାଙ୍କର ବାଇକ୍ ଓ ମୋବାଇଲ୍ ଫୋନ୍ ମିଳିଛି ।

ମୃତଦେହକୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ଜଣଙ୍କ ନାଁରେ ମାମଲା ଥିବା ବେଳେ ଏଯାଏ ୯ ଜଣ ଗିରଫ ହୋଇଛନ୍ତି । ତେବେ ଏହା ଦୁର୍ଘଟଣା ନା ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Show More

Related Articles

Back to top button