Breaking PLUSଓଡ଼ିଶାମୁଖ୍ୟ ଖବର
ଫେବ୍ରୁଆରି ମାସରେ ପ୍ରତି ଶନିବାର ରାଜ୍ୟରେ ବନ୍ଦ ରହିବ କୋର୍ଟ
ଫେବ୍ରୁଆରି ମାସରେ ପ୍ରତି ଶନିବାର ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଶନିବାର କୋର୍ଟ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଥିଲେ। ସେହି ଆଧାରରେ ହାଇକୋର୍ଟ ଜେନେରାଲଙ୍କ ପକ୍ଷରୁ ଶୁକ୍ରବାର ଏହି ନିଷ୍ପତ୍ତି ନିଆଯାଇଛି।

ହାଇକୋର୍ଟ ଜେନେରାଲଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଚଳିତ ମାସର ପ୍ରତି ଶନିବାର ହାଇକୋର୍ଟ, ଏହାର ରେଜିଷ୍ଟ୍ରି, ଅନ୍ୟାନ୍ୟ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଏବଂ ଏହାର କାର୍ଯ୍ୟାଳୟ ଆଦି ସବୁ ବନ୍ଦ ରହିବ। ତେଣୁ ଯେଉଁ ଲୋକମାନଙ୍କର କୋର୍ଟ ଜନିତ କିଛି କାମ ରହିଥାଏ, ତେବେ ସେମାନେ ସୋମବାରରୁ ଶୁକ୍ରବାର ଭିତରେ କୋର୍ଟ କାମ କରାଇପାରିବେ।