Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧୧ହଜାର ୭୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସଂକ୍ରମଣ ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବନ୍ଦ ହୋଇନାହିଁ । ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ କିଛିଦିନ ହେବ ନୂତନ ସଂକ୍ରମଣ ସଂଖ୍ୟା ୨୦ହଜାରରେ ସୀମିତ ରହିଥିବା ଦେଖାଯାଇଛି ।

ଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସଂକ୍ରମଣ ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବନ୍ଦ ହୋଇନାହିଁ । ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ କିଛିଦିନ ହେବ ନୂତନ ସଂକ୍ରମଣ ସଂଖ୍ୟା ୨୦ହଜାରରେ ସୀମିତ ରହିଥିବା ଦେଖାଯାଇଛି । ସେହିପରି ଏବେ ସୁସ୍ଥହାର ବଢୁ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଛି । ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗି ସୁସ୍ଥତା ହାର ୯୭.୧୩% ରହିଛି । ସେହିପରି ଏବେ ମାତ୍ର ୧.୩୭% ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧.୪୩% କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହାରି ମଧ୍ୟରେ ଶନିବାର ଗତ ୨୪ଘଣ୍ଟାରେ ୧୧ହଜାର ୭୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୫ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୪ହଜାର ୪୮୮ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୧୪ହଜାର ୩୦୪କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ହଜାର ୯୧୮ ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୫ଲକ୍ଷ ୧୦ହଜାର ୭୯୬ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୪୮ହଜାର ୫୯୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Show More

Related Articles

Back to top button