Breaking PLUSଦେଶମୁଖ୍ୟ ଖବର

ପାହାଡ ଉପରକୁ ଡାକିନେଇ ପୂର୍ବତନ ବିଧାୟକଙ୍କୁ ହତ୍ୟା

ଇଟାନଗର, 17 ଡିସେମ୍ବର – ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ଲାଜୁ ସର୍କଲରେ ଭାରତ-ମିଆଁମାର ସୀମା ନିକଟରେ ଶନିବାର ଅପରାହ୍ନ ପ୍ରାୟ 3ଟା ବେଳେ ପୂର୍ବତନ ବିଧାୟକ ୟୁମସେନ ମାଟେଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅରୁଣାଚଳ ପ୍ରଦେଶ ପୋଲିସର ଲୋକସମ୍ପର୍କ ଅଧିକାରୀ ରୋହିତ ରାଜଭୀର ସିଂହ ହତ୍ୟାକାଣ୍ଡ ନେଇ ସ୍ପଷ୍ଟ କରିଛନ୍ତି । ଯେଉଁ ସ୍ଥାନରେ ମାଟେଙ୍କୁ ଗୁଳି କରି ହତ୍ୟା କରାଯାଇଛି, ସେହି ସ୍ଥାନ ଅନ୍ତର୍ଜାତୀୟ ସୀମାନ୍ତରୁ କିଛି ଘଣ୍ଟାର ଦୂରରେ ରହିଛି । ପୂର୍ବ ବିଧାୟକଙ୍କ ସହ କିଛି କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ । ମାଟେ ରାହୋ ଗସ୍ତ କରିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ରୋକି ଏକୁଟିଆରେ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ମାଟେ ସମ୍ପୃକ୍ତ ବ୍ୟକ୍ତି ସହ ଏକୁଟିଆ ଏକ ପାହାଡ ଉପରେ ଯାଇଥିଲେ । କିଛି ସମୟ ପରେ କାର୍ଯ୍ୟକର୍ତ୍ତା ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ । ସେମାନେ ଦୌଡି ଯାଇ ପାହାଡ ଉପରେ ମାଟେଙ୍କ ରକ୍ତ ଜୁଡୁବୁଡ ମୃତଦେହ ଦେଖିଥିଲେ ।

Show More

Related Articles

Back to top button