Breaking PLUSଦେଶମୁଖ୍ୟ ଖବର

ଆଜମେରରେ ଭୟାବହ ଦୁର୍ଘଟଣା, 3 ବନ୍ଧୁଙ୍କ ମୃତ୍ୟୁ

ଆଜମେର, 17 ଡିସେମ୍ବର – ରାଜସ୍ଥାନର ଆଜମେର ସହରର ଲୋହାଗଲ ରୋଡ ଉପରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଶନିବାର ରାତି ପ୍ରାୟ 11.30 ବେଳେ ଭୟାବହ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ହୁତୁହୁତୁ ହୋଇ ଜଳିଥିଲା । ଏହି ଦୁର୍ଘଟଣାରେ କାରରେ ଥିବା ତିନି ଜଣ ବନ୍ଧୁ ଜୀବନ୍ତ ଜଳିଯାଇଥିଲେ । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।
କିଶ୍ଚିୟନଗଞ୍ଜ ଥାନା ଅଧିକାରୀ ରବିନ୍ଦ୍ରସିଂହ ଖିଚି କହିଛନ୍ତି ଯେ, ଦୁର୍ଘଟଣାରେ ଚୌରସିୟାଭାସ ବାସିନ୍ଦା ହୋହେଲ ଖାନ, ବୈଶାଳୀ ନଗରର ବାସିନ୍ଦା ଜୟ ସାଙ୍ଖଲା ଓ କବିର ନଗର ବାସିନ୍ଦା ଶକ୍ତି ସିଂହଙ୍କ ମୃତ୍ୟୁ ହୋଇଛି । ସେହିପରି ଲୋହାଖାନ ବାସିନ୍ଦା କୃଷ୍ଣା ମୁରାରୀ ଓ ଗୁର୍ଜର ଧରତି ବାସିନ୍ଦା ଉମେଶ କୁମାର ଗୁରୁତର ଆହତ ହୋଇଛନ୍ତି । ଉମେଶଙ୍କୁ ଚିକିତ୍ସା ପାଇଁ ଜୟପୁର ରେଫର କରାଯାଇଛି ।

Show More

Related Articles

Back to top button