Breaking PLUSଦେଶମୁଖ୍ୟ ଖବର

ଇଟାଭାରେ 6ଜଣଙ୍କ ଉପରେ ମାଡିଗଲା ଟ୍ରେଲର, 4 ମୃତ

ଇଟାଭା, 17 ଡିସେମ୍ବର – ଉତ୍ତର ପ୍ରଦେଶର ଇଟାଭା ଜନପଦ ଥାନା ଇକାଦିଲ ଅଞ୍ଚଳର ଏନଏଚ ଉପରେ ଶନିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସୁଥିବା ଏକ 22ଚକିଆ ଟ୍ରେଲର ଲୋକଙ୍କ ଉପରେ ମାଡିଯାଇ ଭୟାବହ ଦୁର୍ଘଟଣା ଘଟାଇଛି । ଏହାପରେ ଟ୍ରକଟି ଏକ ଚା ଦୋକାନକୁ ମଧ୍ୟ ମାଡିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଚା ଦୋକାନୀ ସମେତ 4ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଲେକ୍ଟ୍ରି ୱାୟର ଲଦି ହୋଇଥିବା ଏହି ଟ୍ରେଲର ରାଞ୍ଚିରୁ ଦିଲ୍ଲୀ ଯାଉଥିଲା । ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button