ବାଣିଜ୍ୟ

କ୍ରେଡିଟ୍ କାର୍ଡ ଜରିଆରେ ହୋଇ ପାରିବ ୟୁପିଆଇ ପେମେଣ୍ଟ

ୟୁଜର୍ସଙ୍କୁ RBIର ବଡ ଆଶ୍ଵସ୍ତି

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗୋଟିଏ ପଟେ ଜନତାଙ୍କ ଉପରେ ଲୋନର ବୋଝଭାର ବଢାଇଥିବା ବେଳେ ଅନ୍ୟପଟେ ବଡ ଆଶ୍ଵସ୍ତି ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କ୍ରେଡିଟ୍ କାର୍ଡକୁ ୟୁପିଆଇ(ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ) ସହ ସଂଯୋଗ କରିବାକୁ ଘୋଷଣା କରିଛନ୍ତି। ଏହାର ଆରମ୍ଭ ରୂପେ କ୍ରେଡିଟ୍ କାର୍ଡଠୁ କରାଯାଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ୟୁପିଆଇ ମାଧ୍ୟମରେ ରୂପେ କ୍ରେଡିଟ୍ କାର୍ଡରୁ ପୈଠ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାର ଘୋଷଣା ଶକ୍ତିକାନ୍ତ ଦାସ ମୁଦ୍ରା ନୀତି ସମୀକ୍ଷା ସାମ୍ବାଦିକ ସମ୍ମିଳନିରେ କରିଛନ୍ତି।

ଏବେ କଣ ରହିଛି ସୁବିଧା ?

ସୂଚନାଯୋଗ୍ୟ, ସଂପ୍ରତି ୟୁଜର୍ସ ୟୁପିଆଇକୁ ଡେବିଟ୍ କାର୍ଡକୁ ସେଭିଙ୍ଗ୍ସ କିମ୍ବା କରେଣ୍ଟ ଆକାଉଣ୍ଟ ସହ ସଂଯୋଗ କରି ନେଣଦେଣ ସୁବିଧା ପାଉଛନ୍ତି। ଦାସ କହିଛନ୍ତି, ନୂତନ ବ୍ୟବସ୍ଥାରେ ଗ୍ରାହକଙ୍କୁ ୟୁପିଆଇ ପ୍ଲାଟଫର୍ମରେ ନେଣଦେଣ କରିବାର ଅଧିକ ସୁବିଧା ମିଳିବ। ବର୍ତ୍ତମାନ ୨୬ କୋଟିରୁ ଅଧିକ ଗ୍ରାହକ ଏବଂ ୫ କୋଟି ବ୍ୟବସାୟୀ ୟୁପିଆଇ ପ୍ଲାଟଫର୍ମରେ ଅଛନ୍ତି। କେବଳ ଗତ ମେ ମାସରେ ୟୁପିଆଇ ମାଧ୍ୟମରେ ୧୦.୪୦ ଲକ୍ଷ କୋଟି ଟଙ୍କା ନେଣଦେଣ କରାଯାଇଥିଲା। ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ କରାଇବା ସୁନିଶ୍ଚିତ କରିବ। ଆଗାମୀ ସମୟରେ ଏଥିରେ ଅନେକ ସୁଧାର ଅଣାଯିବ। ସହରାଞ୍ଚଳ ବ୍ୟାଙ୍କଗୁଡିକୁ ଅନୁସୂଚୀତ ବ୍ୟାଙ୍କ ପରି ଘର ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଦେବା ପାଇଁ ଅନୁମତି ପ୍ରଦାନ କରିବାକୁ ପ୍ରସ୍ତାବ କରାଯାଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି।

Show More

Related Articles

Back to top button