ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବାଲୁଗାଁ : ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ଏଭଳି ଦୁଃଖଦାୟକ ଘଟଣା ଘଟିଛି ବାଲୁଗାଁ ଥାନା ଅଧୀନସ୍ଥ ଇଞ୍ଜନପୁର ଗ୍ରାମରେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବାଲୁଗାଁ ଥାନା ଅଧୀନସ୍ଥ ଇଞ୍ଜନପୁର ଗ୍ରାମର ସୁରେଶ ବାରିକଙ୍କ ଝିଅ ନୈନା ବାରିକ ଏବଂ ବାଣପୁର ଥାନା ଅଧୀନସ୍ଥ ବିଷ୍ଣୁଡ଼ିହ ଗ୍ରାମର ଗଣେଶ ମାଝିଙ୍କ ପୁଅ ବିଘ୍ନେଶ ମାଝିଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ନିକଟ ବିଷ୍ଣୁଡ଼ିହ ଗ୍ରାମସ୍ଥିତ ଏକ ପାଣିଟାଙ୍କି ନିକଟରେ ଉଭୟ ବିଷପାନ କରି ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ କିଛି ଗ୍ରାମବାସୀ ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ଦୁହିଁଙ୍କ ପରିବାର ଲୋକ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ଉଭୟଙ୍କ ଅବସ୍ଥା ସଙ୍କଟାପଣ୍ଣ ହେବାରୁ ଆମ୍ବୁଲାନ୍ସ ଯୋଗେ ଜଣକୁ ଭୁବନେଶ୍ୱର ଏବଂ ଅନ୍ୟଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଶବ ବ୍ୟବଚ୍ଛେଦ ପରେ ବୁଧବାର ପ୍ରେମୀଯୁଗଳଙ୍କ ମୃତ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ବିଷପାନ କରିବାର କାରଣ ଜଣାପଡିନାହିଁ ।

 

Show More

Related Articles

Back to top button