ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ରାଜ୍ୟରେ ପୁଣି ବୃଦ୍ଧି ପାଇଲା ବସ୍ ଭଡା

ଆଜିଠୁ ନୂଆ ଦର ଲାଗୁ

ଭୁବନେଶ୍ବର: ରାଜ୍ୟରେ ପୁଣି ବୃଦ୍ଧି ପାଇଲା ବସ୍ ଭଡା ।  ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁଁ  ରାଜ୍ୟରେ ପୁଣି ଥରେ ଘରୋଇ ବସ୍‌ରେ ଯାତ୍ରୀଭଡ଼ା ବୃଦ୍ଧି ପାଇଛି । ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ସୂଚନା ଦେଇ କହିଛନ୍ତି ଯେ , ସୁପର ପ୍ରିମିୟମ ବସ୍‌ ଭଡ଼ା କିଲୋମିଟର ପିଛା ୬ ପଇସା ବଢିଥିବା ବେଳେ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଛି , ସେହିପରି  ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ‌ତେବେ ଘରୋଇ ଯାତ୍ରୀବାହୀ ବସ୍‌ ଭଡ଼ା ବୃଦ୍ଧି କାରଣରୁ ଲୋକଙ୍କୁ ପୂର୍ବ ତୁଳନାରେ ଅତିରିକ୍ତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ଆଜିଠୁ ଏନେଇ ନୂଆ ଦର ଲାଗୁ ହେବ ବୋଲି ବସ୍ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ସେହିପରି ସାଧାରଣ ବସ୍‌ରେ ଭଡା କିଲୋମିଟର ପିଛା ୯୦ରୁ ୯୨ ପଇସା ହୋଇଛି। ଯାତ୍ରୀମାନଙ୍କୁ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୯୪ ପଇସା ବଦଳରେ ୯୬ ପଇସା ଦେବାକୁ ପଡ଼ିବ। ଡିଲକ୍ସ ଓ ଏସିି ଡିଲକ୍ସ ବସ୍‌ ଭଡା କିଲୋମିଟର ପିଛା ୪ ପଇସା ବଢ଼ିଛି। ଡିଲକ୍ସ ବସ୍‌ରେ ଭଡା କିମି ପିଛା ୧ଟଙ୍କା ୩୧ ପଇସାରୁ ୧ଟଙ୍କା ୩୫ ପଇସା ହୋଇଛି। ଏସି ଡିଲକ୍ସ ବସ୍‌ ଭଡା ୧ ଟଙ୍କା ୫୯ ପଇସାରୁ ୧ ଟଙ୍କା ୬୩ ପଇସା ହୋଇଛି। ସୁପର ପ୍ରିମିୟମ ବସ୍‌ରେ ଯାତ୍ରୀମାନଙ୍କୁ ଏଣିକି କିଲୋମିଟର ପିଛା ୬ ପଇସା ଅଧିକ ଦେବାକୁ ହେବ। ସୁପର ପ୍ରିମିୟମ ଭଡା ୨ଟଙ୍କା ୪୭ ପାଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି।

Show More

Related Articles

Back to top button