Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବାରାବଙ୍କି ଜିଲ୍ଲାରେ ଧସିଲା 3ମହଲା ବିଶିଷ୍ଟ କୋଠା, 2 ମୃତ

ବାରାବଙ୍କି: ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଲାରେ ଧସିଲା 3ମହଲା ବିଶିଷ୍ଟ କୋଠା । ସୋମବାର ସକାଳେ କୋଠା ଭୁଶୁଡି ଯିବା କାରଣରୁ ଏହା ତଳେ 15ଜଣ ଲୋକ ଫସିରହିଥିଲେ । ତେବେ ଏମାନଙ୍କ ମଧ୍ୟରୁ 2ଜଣଙ୍କର ମୃତ୍ୟୁ ହୋଇଛି । ଆଠଜଣଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର କେଜିଏମୟୁରେ ଭର୍ତ୍ତି କରାଯାଇଥିବା ବେଳେ ଫତେହପୁର ସିଏଚସିରେ 2ଜଣଙ୍କ ଚିକିତ୍ସା ଚାଲିଛି । ଏସଡିଆରଏଫ ଓ ଏନଡିଆରଏଫର ଟିମ୍ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି ।

ଏସପି ଦିନେଶ ସିଂହଙ୍କ ସୂଚନା ମୁତାବକ ଫତେହପୁର ସହରର ମୋହଲ୍ଳା କାଜିପୁର ୱାର୍ଡ ନମ୍ବର-2ରେ ଥିବା ହାସିମଙ୍କ ତିନି ମହଲା ଘର ସୋମବାର ସକାଳେ ଭୁଶୁଡି ପଡିଛି। ଖବର ପାଇ ଏସପି, ସିଡିଓ ଏକତା ସିଂହ, ଏଡିଏମ ଅରୁଣ କୁମାର ସିଂହଙ୍କ ସହିତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ, ରେସକ୍ୟୁ ଟିମ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

ଭଗ୍ନାବଶେଷ ତଳୁ 12ଜଣଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରୁ 10ଜଣଙ୍କର ଚିକିତ୍ସା ଚାଲିଛି । ପ୍ରାଥମିକ ଚିକିତ୍ସା ପରେ 8ଜଣଙ୍କୁ ଲକ୍ଷ୍ନୌ ସ୍ଥିତି କେଜିଏମୟୁ ପଠାଇ ଦିଆଯାଇଛି । ସେହିପରି 2ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କର ସ୍ଥିତି ସ୍ଥିର ଥିବା ସୂଚନା ମିଳିଛି ।

Show More

Related Articles

Back to top button