Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବରରାଜନୀତିସଂସଦ

ଜୟ ନାରାୟଣ ମିଶ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର ଓ 5ଟି ସଚିବ

ରାଜ୍ୟର ବିଭିନ୍ନ ୧୦୮ଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପ୍ରସ୍ତୁତ କରିଛି ଚାର୍ଜସିଟ। 5ଟି ସଚିବଙ୍କ ଜିଲ୍ଲାଗସ୍ତ ଠାରୁ ଆରମ୍ଭ କରି କୋଇଲା ଦୁର୍ନୀତି, ଲୁହା ଦୁର୍ନୀତି, ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭଳି ପ୍ରସଙ୍ଗ ସହ ୧୦୮ ଦଫା ଚାର୍ଜସିଟ୍ ତିଆରି କରିଛି ବିଜେପି ।ଚାର୍ଜସିଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । ଏହାସହ କେଉଁ କ୍ଷମତାରେ ଓଡ଼ିଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି । ଏ ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିବ । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଅନେକ ପ୍ରକାର ଦୁର୍ନୀତି ହୋଇଛି । ତେଣୁ ଏତେ ଦୁର୍ନୀତି ହୋଇଥିବାରୁ, ଯେଉଁ ଜିଲ୍ଲା ଏବଂ ଯେଉଁ ଅଞ୍ଚଳ ପାଇଁ ଯାହା ପ୍ରସଙ୍ଗ ଉଦ୍ଦିଷ୍ଟ ରହିଛି, ସେହି ଅଞ୍ଚଳରେ ତାହାକୁ ଗୁରୁତ୍ଵ ଦିଆଯିବ । ଏନେଇ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇସାରିଛି । ତେଣୁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ ଦିଆଯିବ । ବିଜେପିର ଚାର୍ଜସିଟ ଦାଖଲ ନେଇ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଅନେକ ଚାର୍ଜସିଟ ଦାଖଲ ହେଉଛି । ନିର୍ବାଚନୀ ବର୍ଷ ଅଛି ବିରୋଧୀ ଦଳ ସବୁ ଏଇଭଳି ଅଭିଯୋଗ କରିବେ । ଆମେ ଲୋକଙ୍କ ସହ ଅଛୁ । ନିର୍ବାଚନ ଆଗରୁ ଯେଉଁମାନେ ଲୋକମାନଙ୍କ ପାଖକୁ ଯାଉନଥିଲେ ସେମାନେ ତ କିଛି ପ୍ରସଙ୍ଗ ନେଇ କି ଯିବେ । ତେଣୁ ଏହି ଚାର୍ଜସିଟକୁ ଆଳ କରିବାକୁ ବିରୋଧୀ ଯୋଜନା କରିଛନ୍ତି । କେବଳ ନିର୍ବାଚନୀ ମାହୋଲ ବନାଇବା ପାଇଁ ପ୍ରୟାସ କରୁଛନ୍ତି । ଓଡ଼ିଶାରେ ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନସାଧାରଣଙ୍କ ମନରେ ଦୃଢ଼ ମନୋବଳ ସୃଷ୍ଟି କରିଛି । ଆମେ କେବଳ କହୁନାହୁଁ ଯାହା କହୁ ତାହା କରୁଛୁ।

Show More

Related Articles

Back to top button