ଓଡ଼ିଶାଦୁର୍ଘଟଣା

କଳାହାଣ୍ଡିିରେ ଭୁଶୁଡିଲା ବ୍ରିଜ୍,ତଳକୁ ଖସିଲା ୨ଟି କାର

କଳାହାଣ୍ଡିିରେ ଅଘଟଣ । କଳାହାଣ୍ଡିି ଥୂ.ରାମପୁର ରାସ୍ତା ସାଇଧାମ ନିକଟରେ ଭୁଶୁଡିଲା ବ୍ରିଜ୍ । ଫଳରେ ବ୍ରିଜ୍ ତଳକୁ କାର ଖସି ଶିଶୁ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଳେ ଅଚାନକ ବ୍ରିଜଟି ଖସିପଡିଥିଲା।ଫଳରେ ଦୁଇଟି ଯାକ କାର ତଳକୁ ଖସି ପଡ଼ିଥିଲା। କାର୍‌ ଭିତରେ ଜଣେ ଶିଶୁଙ୍କ ସମେତ ୫ଜଣ ଚାପି ହୋଇ ଫସିରହିଥିଲେ।

ନିମ୍ନମାନର ବ୍ରିଜ ହୋଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ କରାଯାଇଥିବାବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଜେସିବି ଜରିଆରେ ଦୁର୍ଘଟଣାଗ୍ରସ୍ତ କାର୍‌ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଠିଆ ହୋଇ ରହିଛି। ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ ଅସନ୍ତାଷ ପ୍ରକାଶ ପାଇଛି।

Show More

Related Articles

Back to top button