ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଇଡିର ଅଭିଯୋଗ, ଜେଲ୍ ଭିତରେ ଥାଇ ମଧ୍ୟ ବିଳାଶପୂର୍ଣ୍ଣ ଜୀବନ କାଟୁଛନ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍

ନୂଆଦିଲ୍ଲୀ: ଜେଲ୍ ଭିତରେ ଥାଇ ବି ବିଳାସପୂର୍ଣ୍ଣ ଜୀବନ କାଟୁଛନ୍ତି ସତ୍ୟେନ୍ଦ୍ର ଜୈନ୍ । ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଜେଲ୍ ଭିତରେ କରାଉଛନ୍ତି ନିଜର ମସାଜ। କେବଳ ସେତିକି ନୁହେଁ ଘର ଖାଦ୍ୟ ମଧ୍ୟ ଖାଉଛନ୍ତି। ପ୍ରତିଦିନ ତାଙ୍କ ସ୍ତ୍ରୀ ତାଙ୍କୁ ଭେଟିବାକୁ ଆସୁଛନ୍ତି। ଏଭଳି କିଛି ଅଭିଯୋଗ କରିଛି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ବିଳାସପୂର୍ଣ୍ଣତାର ସିସିଟିଭି ଫୁଟେଜକୁ କୋର୍ଟରେ ଇଡି ହସ୍ତାନ୍ତର କରିଛି। ଅଭିଯୋଗରେ ଇଡି କହିଛି ଯେ, ତିହାର ଜେଲରେ ଥାଇ ମଧ୍ୟ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ହେଡ ମସାଜ, ଫୁଟ ମସାଜ ଏବଂ ବ୍ୟାକ ମସାଜ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଫୁଟେଜ ଅନୁଯାୟୀ ଜେଲ ଅଧୀକ୍ଷକ ପ୍ରତିଦିନ ସତ୍ୟେନ୍ଦ୍ର ଜୈନଙ୍କୁ ନିୟମ ବିରୁଦ୍ଧରେ ଯାଇ ଭେଟୁଛନ୍ତୁ। ଏଥିସହ ମନ୍ତ୍ରୀ ମହୋଦୟଙ୍କୁ ଯେପରି ଜେଲ୍ ଭିତରେ କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଇଡି ଆହୁରି ମଧ୍ୟ କହିଛି ଯେ, କୋର୍ଟର ଆଦେଶକୁ ଅବମାନନା କରି ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଜେଲରେ ଘରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜେଲ୍ ମାନୁଆଲ୍‌ର ବିରୋଧରେ ଯାଇ ତାଙ୍କ ପତ୍ନୀ ପୁନମ୍ ଜୈନ୍ ପ୍ରତିଦିନ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଜେଲ୍‌କୁ ଆସୁଛନ୍ତି। ସିସିଟିଭି ଫୁଟେଜ ମୁତାବକ, ମାମଲାର ଅନ୍ୟ ଅଭିଯୁକ୍ତ ଥିବା ଏହି ଜେଲ୍‌ରେ ବନ୍ଦୀ ଥିବା ଅଙ୍କୁଶ ଜୈନ ଓ ବୈଭବ ଜୈନ୍‌ଙ୍କ ସହ ସତ୍ୟେନ୍ଦ୍ର ଜୈନ ପ୍ରାୟତଃ ନିଜ ସେଲ୍ ଭିତରେ ଘଣ୍ଟା ଘଣ୍ଟା ଧରି ମିଟିଂ କରୁଛନ୍ତି। ଯାହା ମାମଲାର ତଦନ୍ତ ପାଇଁ ଠିକ୍ ନୁହେଁ ବୋଲି ଇଡି କୋର୍ଟରେ କହିଛି। ସେପଟେ ତିହାର ଜେଲ୍ ପ୍ରଶାସନ ଏହି ଅଭିଯୋଗକୁ ଖଣ୍ଡନ କରିଛି।

Show More

Related Articles

Back to top button