Breaking PLUSଓଡ଼ିଶାମୁଖ୍ୟ ଖବର

ଗଛକୁ ପିଟିଲା କାର୍: ଦମ୍ପତି ମୃତ, ୩ ଗୁରୁତର

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଛି କାର୍। ଫଳରେ ଘଟଣା ସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ଯୁ ଘଟିଥିବା ବେଳେ ଆଉ ୩ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ମନ୍ଦର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ।। ଗୁରୁତର ହୋଇଥିବା ୩ଜଣ ମଧ୍ଯ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ସୂଚନ ଅନୁଯାୟୀ, ରାଉରକେଲାରେ ରହୁଥିବା ନିଜ ବାପାଙ୍କ ଅସୁସ୍ଥତା ଖବର ପାଇଁ ସୁରେନ୍ଦ୍ର ନିଜ ପତ୍ନୀ ଓ ସମ୍ପର୍କୀୟଙ୍କ ସହ କାରରେ ଗତକାଲି ରାତିରେ ବାହାରିଥିଲେ । ଆଜି ଭୋରରୁ ତାଙ୍କ କାର୍ ଭାରସାମ୍ୟ ହରାଇ ଚାରିଛକ ନିକଟରେ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button