ବାଣିଜ୍ୟ

ପେଟିଏମରେ ଘର ବା ଦୋକାନ ଭଡା ଦେଲେ ମିଳିବ ୧୦ ହଜାର ଟଙ୍କା ଲାଭ

ଯଦି ଆପଣ ବି ପ୍ରତି ମାସରେ ଘର କିମ୍ବା ଦୋକାନ ଭଡା ଦେଉଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ଅଫର ଅଛି । ପେଟିଏମ ଏହି ଅଫର ଦେଉଛି ।

ଯଦି ଆପଣ ଘର ଓ ଦୋକାନ ଭଡା ପେଟିଏମରେ ଦିଅନ୍ତି ତାହେଲେ ଆପଣଙ୍କୁ ୧୦ ହଜାର ଟଙ୍କା ଲାଭ ହେବ । ପେଟିଏମ ନିଜ ୟୁଜର୍ସଙ୍କୁ ଭଲ ସର୍ଭିସ ଦେବାକୁ ନୂଆ ନୂଆ ଫିଚର୍ସ ଆଣିଥାଏ । ବର୍ତ୍ତମାନ କମ୍ପାନୀ ୟୁଜର୍ସଙ୍କୁ ଏକ ଭଲ ମଉକା ଦେଉଛି । ପେଟିଏମରେ ରେଣ୍ଟ ଫିଚର ମାଧ୍ୟମରେ କ୍ରେଡିଟ କାର୍ଡରୁ ଘର ବା ଦୋକାନ ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭଡା ଟ୍ରାନ୍ସଫର କରିପାରିବେ । ଏଥିରେ ଆପଣଙ୍କୁ ୧୦ ହଜାର ଟଙ୍କା କ୍ୟାସ ବ୍ୟାକ ମିଳିବ ।

ଯଦି ଜଣେ ୟୁଜର୍ସ ପେଟିଏମରେ କ୍ରେଡିଟ କାର୍ଡ ମାଧ୍ୟମରେ ଭଡା ଦିଅନ୍ତି ତାହେଲେ ୧୦ ହଜାର ଟଙ୍କା ସୁନିଶ୍ଚିତ କ୍ୟାସ ବ୍ୟାକ ମିଳିବ । ନୂଆ ବା ପୁରୁଣା ୟୁଜର୍ସ ପେଟିଏମରେ ପେମେଣ୍ଟ କଲେ କ୍ରେଡିଟ କାର୍ଡ ଜାରି କରିଥିବା ବ୍ୟାଙ୍କରୁ ପୁରସ୍କାର ପରିପାରନ୍ତି । ପେଟିଏମ କିଛି ସମୟ ପୂର୍ବରୁ ଏହି ନୂଆ ଫିଚର ଆରମ୍ଭ କରିଛି । ପେଟିଏମ ମାଧ୍ୟମରେ କ୍ରେଡିଟ କାର୍ଡ ଜରିଆରେ ଭଡା ଦେଲେ ୟୁଜର୍ସଙ୍କୁ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଏଥିପାଇଁ ୟୁଜର୍ସଙ୍କୁ କ୍ୟାସବ୍ୟାକ ବା ପୁରସ୍କାର ଦିଆଯିବ ।

ଏଥିପାଇଁ ଆପଣଙ୍କୁ ପେଟିଏମ ଆପକୁ ଯାଇ ଶୋ ମୋରରେ ଲିଙ୍କ କରିବାକୁ ହେବ । ଏହାପରେ ରିଚାର୍ଜ ଓ ବିଲ ପେମେଣ୍ଟକୁ ଯିବାକୁ ହେବ । ଏହାପରେ ଭଡା ପେମେଣ୍ଟରେ କ୍ଲିକ କରିବେ । ତାପରେ ପେମେଣ୍ଟରେ ବିକଳ୍ପ ଆସିବ । ଏଠାରେ ଆପଣ ପେମେଣ୍ଟ କରିପାରିବେ । ଏଠାରେ ଆପଣ ସମସ୍ତ ପୁରୁଣା ପେମେଣ୍ଟ ବି ଟ୍ରାକ କରିପାରିବେ ।

ପେଟିଏମ ପ୍ରବକ୍ତା କହିଛନ୍ତି ଯେ, ଘର କିମ୍ବା ଦୋକାନ ଭଡା ଭାରତରେ ପ୍ରାୟ ସବୁ ଘରେ ମହତ୍ତ୍ୱପୂର୍ଣ୍ଣ । ଏହା ଆର୍ଥିକ ରୂପେ ବହୁତ ପ୍ରଭାବିତ ବି କରିଥାଏ । ସେଥିପାଇଁ କମ୍ପାନୀର ଭଡା ପେମେଣ୍ଟ ସେବା ସହ ୟୁଜର୍ସ ବର୍ତ୍ତମାନ ନିଜ କ୍ରେଡିଟ ବା ଡେବିଟ କାର୍ଡ, ୟୁପିଆଇ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପେମେଣ୍ଟ କରିପାରିବେ ଓ ନିଜର ସବୁ ଖର୍ଚ୍ଚକୁ ଟ୍ରାକ କରିପାରିବେ ।

Show More

Related Articles

Back to top button