ଦେଶମନୋରଞ୍ଜନସ୍ୱତନ୍ତ୍ର

୭୫ ଟଙ୍କାରେ ‘ବ୍ରହ୍ମାସ୍ତ୍ର’ ଦେଖିବା ପାଇଁ ଏହି ପ୍ରକ୍ରିୟାରେ କରନ୍ତୁ ଟିକେଟ ବୁକିଂ

ଗତ କାଲି ପ୍ରେକ୍ଷାଳୟରେ ରିଜିଜ ହୋଇଛି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ଦର୍ଶକଙ୍କ ଠାରେ ଏହି ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ରହିଥିବାବେଳେ କାହାଣୀକୁ ବେଶ୍ ପସନ୍ଦ କରିଛନ୍ତି ପ୍ରଶଂସକ । ତେବେ ଏହି ଫିଲ୍ମର ଟିକେଟ୍ ବହୁତ ମହଙ୍ଗା ରହିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଏହି ଟିକେଟର ଦାମ୍ ରହିଛି ୨୧୦୦ ।

ମହଙ୍ଗା ଟିକେଟ୍ ଯୋଗୁଁ ଫିଲ୍ମ ଦେଖିପାରୁନଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ରହିଛି । ୧୬ ସେପ୍ଟେମ୍ବରରେ ଦେଶରେ ଜାତୀୟ ସିନେମା ଦିବସ ବା ନ୍ୟାସନାଲ ସିନେମା ଡେ’ ପାଳନ କରାଯିବ। ଏହିଦିନ ମାତ୍ର ୭୫ ଟଙ୍କାରେ ଫିଲ୍ମକୁ ଯେକୌଣସି ମଲ୍ଟିପ୍ଲେକ୍ସରେ ଦେଖିପାରିବେ । ଏହି  ଖାସ୍ ଅଫରଟି କେବଳ ଗୋଟିଏ ଦିନ ପାଇଁ ରହିଛି ।

ତେବେ ଏହି ଅଫର ଅନୁଯାୟୀ, ଆପଣ ଯେକୌଣସି ମଲ୍ଟିପ୍ଲେକ୍ସରେ ଫିଲ୍ମଦେଖିପାରିବେ । ଲୋକମାନେ ବିଭିଆର, ଆଇନକ୍ସ, ସିନେପୋଲିସ, କାର୍ନିୱଲ, ମିରାଜ ଓ ସିଟି ପ୍ରାଇସ୍, ଏସିୟନ୍, ମୁକ୍ତା ଏ୨, ୱେଭ, ମୁଭିଟାଇମ୍ ସହିତ ଦେଶର ପ୍ରାୟ ୪୦୦୦ ସିନେମା ହଲରେ ମାତ୍ର ୭୫ ଟଙ୍କାରେ ମୁଭି ଟିକେଟ କିଣି ଫିଲ୍ମ ଦେଖିପାରିବେ । ତେବେ ଏହି ଅଫର ସିଙ୍ଗଲ୍ ସ୍କ୍ରିନ୍ ସିନେମାଗୁଡ଼ିକରେ ଉପଲବ୍ଧ ହେବ ନାହିଁ ।

ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିପାଇଁ ଅନଲାଇନ୍ କିମ୍ବା ଅଫଲାଇନରେ ଟିକେଟ୍ ବୁକ୍ କରିପାରିବେ । ଯଦି ଆପଣ ସିନେମା ହଲକୁ ଯାଇ କାଉଣ୍ଟରରୁ ଟିକେଟ୍ ନିଅନ୍ତି, ତେବେ ଆପଣ ଏହାକୁ ୭୫ ଟଙ୍କା ପାଇବେ । ଏଥି ସହିତ ଅନଲାଇନ୍ ଟିକେଟରେ କିଛି ଦେୟ ଲାଗୁ ହେବ । ମୋଟ ଉପରେ କହିବାକୁ ଗଲେ, ଅନଲାଇନ୍ ଟିକେଟର ମୂଲ୍ୟ ପ୍ରାୟ ୧୦୦ ଟଙ୍କା ରହିବ ।

Show More

Related Articles

Back to top button