Breaking PLUSଦୁର୍ଘଟଣାମୁଖ୍ୟ ଖବର

ସୁଇମିଂ ପୁଲରେ ବୁଡି ଏନସିସି ଛାତ୍ରଙ୍କ ମୃତ୍ୟୁ

କଟକ: ସନ୍ତରଣ ପ୍ରଶିକ୍ଷଣ ଚାଲିଥିବା ବେଳେ ସୁଇମିଂ ପୁଲରେ ବୁଡି ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । କଟକ କ୍ଳବର ସୁଇମିଂ ପୁଲରେ ଘଟିଛି ଏହିଭଳି ଏକ ଅଘଟଣ । NCC କ୍ୟାମ୍ପ ପାଇଁ ଚାଲିଥିବା ସନ୍ତରଣ ପ୍ରଶିକ୍ଷଣ ବେଳେ ଜଣେ ଛାତ୍ରଙ୍କ ମୃତ ହୋଇଛି । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର୍ ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ସଂସ୍ଥା ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ ସ୍ୱପ୍ନେଶ୍ୱର। ପହଁରା ଶିଖୁଥିବା ସମୟରେ ସେ ବୁଡ଼ି ଯାଇଥିଲେ । ଫଳରେ ତାଙ୍କର ଜୀବନ ଚାଲିଯାଇଥିଲା । ପାଣିରେ ବୁଡ଼ିଯିବା ପରେ ସ୍ୱପ୍ନେଶ୍ୱରଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍‌ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Back to top button