ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ହାଡ଼କୁ ମଜବୁତ ଓ ସୁସ୍ଥ ରଖିବା ପାଇଁ ସେବନ କରନ୍ତୁ ଏହିସବୁ ଖାଦ୍ୟ

ଭିଟାମିନ-ଡି ଓ କ୍ୟାଲସିୟମ ଏହି ଦୁଇଟି ପୋଷାକ ତତ୍ୱ ସହିତ ମିନେରାଲସ ଶରୀରର ପାଇଁ ଅତ୍ୟନ୍ତ ଆବଶ୍ୟକ l ଏହି ଦୁଇଟି ତତ୍ୱ ହାଡ଼କୁ ନିର୍ମାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ

ଏହି ଦୁଇଟି ଉପାଦାନକୁ ବ୍ୟବହାର କରିବା ଦ୍ୱାରା ଦୀର୍ଘ ଦିନ ଧରି ହାଡ଼ ମଝବୁତ ରହିବ ସହିତ ସୁସ୍ଥ ରହିଥାଏ l ଭିଟାମିନ-ଡି ଅଧିକ ପରିମାଣରେ ସୂର୍ଯ୍ୟଙ୍କ କିରଣରୁ ମିଳିଥାଏ lକିନ୍ତୁ କ୍ୟାଲସିୟମ ପ୍ରପ୍ତ କରିବା ପାଇଁ ଆମେ ଖାଦ୍ୟ ଉପରେ ନିର୍ଭର କରିଥାଉ l ହାଡର ରୋଗ ଓ ଯନ୍ତ୍ରଣାରୁ ନିଜକୁ ଦୁରେଇ ରଖିବା ପାଇଁ ଆମକୁ ଏପରି ଖାଦ୍ୟ ଖାଇବାକୁ ପଡିବ ଯେଉଁଥିରେ ଭିଟାମିନ-ଡି ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି l ଆପଣ ଜାଣି ରଖନ୍ତୁ ଯେ କେଉଁ ସବୁ ଖାଦ୍ୟ ଖାଇଲେ ଭିଟାମିନ-ଡି ଓ କ୍ୟାଲସିୟମ ମିଳିଥାଏ l

* ଚୁନାମାଛ -ଚୁନା ମାଛରେ ଭିଟାମିନ-ଡି ଓ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ l ଏହା ବ୍ୟତୀତ ସୁସ୍ଥ ଓ ପୌଷ୍ଟିକ ରହିବl ସହିତ ଆପଣଙ୍କ ହାଡ଼କୁ ମଝବୁତ କରିବାରେ ସାହାଯ୍ୟ କରେ l

* ଦୁଗ୍ଧ -ଦୁଗ୍ଧ ଜାତୀୟ ଦ୍ରବ୍ୟ ଯେପରି କି ଘିଅ ,ଛେନା ,ଲହୁଣୀରେ ହାଡ଼କୁ ମଝବୁତ କରିବା ପାଇଁ ଶକ୍ତି ରହିଛି l ଖାସ କରି ଦୁଗ୍ଧର କଥା ଯେତେବେଳେ ଆସେ ଏଥିରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ l ତେଣୁ ଏହାକୁ ନୀତିଦିନ ଖାଇବା ଆବଶ୍ୟକ l

* ସବୁଜ ପନିପରିବା -ଆପଣମାନେତ ସବୁ ପନିପରିବା ଖାଉଥିବେ l କେତୋଟି ପନିପରିବା ଅଛି ଯେଉଁଥିରେ କ୍ୟାଲସିୟମ ଓ ଭିଟାମିନ-ଡି ଅଧିକ ପରିମାଣରେ ରହିଥାଏ l ସେଗୁଡିକ ହେଲା ଫୁଲ କୋବି ,ମଟର ,ପାଳଙ୍ଗ ,ବ୍ରୋକଲି ଇତ୍ୟାଦି l ପାଳଙ୍ଗ ସାଗରେ ଆକ୍ସଲିକ ଏସିଡ ମିଳିଥାଏ ,ଏହା ମଣିଷ ଶରୀରରେ କ୍ୟାଲସିୟମର କାମିକୁ ପୁରା କରିଥାଏ l

* ଅଣ୍ଡାର ଧଳା ଅଂଶ -ଅଣ୍ଡା ପ୍ରୋଟିନରେ ଭରପୁର ରହିଥାଏ ,ଖାସ କରି ଅଣ୍ଡାର ଧଳା ଅଂଶ କ୍ୟାଲସିୟମ ଓ ଭିଟାମିନ-ଡି ର ଗନ୍ତାଘର ଅଟେ l ତେଣୁ ସମ୍ପୂର୍ଣ୍ଣ ଅଣ୍ଡାକୁ ଖାଇବା ବ୍ୟତୀତ ଆପଣ ଚାହିଁଲେ ଅଣ୍ଡାର ଧଳା ଅଂଶକୁ ମଧ୍ୟ ଖାଇ ପାରିବେ l

Show More

Related Articles

Back to top button