ଜୀବନଚର୍ଯ୍ୟା

ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହୁଚନ୍ତି କି ?

ଜାଣନ୍ତୁ ଏହାର ଅପକାରିତା-

ଅଫିସରେ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ନଜିର ରହିଛି | ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ | ଏଠି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ | ହୃଦ ସମ୍ବନ୍ଧୀୟ, ଡାଇବେଟିସ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଓଭାରିଆନ କ୍ୟାନସର, କୋଲୋନ କ୍ୟାନସର ଭଳି ସମସ୍ୟା ସୃଷ୍ଟି ହୋଇଥାଏ |

ଦୀର୍ଘ ସମୟ ବସି ରହିବା ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଂଚାଳନ ମଧ୍ୟ ଠିକ ଭାବେ ହୋଇନଥାଏ | ଅଧିକ ସମୟ ବସି ରହିବା ଫଳରେ ଗୋଡର ମାଂସପେଶୀ ଗୁଡିକ ଦୁର୍ବଳ ହେଇଯାଏ | ତଥ୍ୟ ଅନୁଯାୟୀ ଯେଉଁମାନେ ଅଧିକ ସମୟ ବସି ରହନ୍ତି ସେମାନଙ୍କ ମଧ୍ୟରେ ହୃଦଘାତର ସମ୍ଭାବନା ୧୪୭ ପ୍ରତିଶତ ଅଧିକ ଥାଏ | ତେବେ ଆମେରିକା ଜର୍ଣ୍ଣାଲ ଅଫ ନର୍ସିଙ୍ଗ ତଥ୍ୟ ଅନୁସାରେ ଅଧିକ ସମୟ ବସିରହି କାମ କରୁଥିବା ପୁରୁଷଙ୍କ ମଧ୍ୟରେ କୋଲୋନ କ୍ୟାନସର ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକ |

Tags
Show More

Related Articles

Back to top button
Close