ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆଖିରୁ ଜାଣିପାରିବେ ଅଧିକାଂଶ ରୋଗର ଲକ୍ଷଣ

ଆସନ୍ତୁ ଜାଣିବା କିପରି

ଆଖି ହେଉଛି ମଣିଷ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ l ଏହାକୁ ମଣିଷର ଦର୍ପଣ ବୋଲି କୁହାଯାଏ ,ଆଖି ବିନା ଆମେ ବଂଚିବା ଅସମ୍ଭବ l ଏହି ଆଖି ଯୋଗୁ ଆମ ଶରୀରର ବିଭିନ୍ନ ରୋଗକୁ କିପରି ଜାଣି ହେବ ସେ ସମ୍ପର୍କରେ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଆପଣ ସାଧାରଣତଃ ଜାଣିଥିବେ ଯେତେବେଳେ ବି ଡାକ୍ତରଙ୍କ ପାଖକୁ ପରାମର୍ଶ କରିବା ପାଇଁ ଯେ କୌଣସି ରୋଗ ବିଷୟରେ ଯାଇଥାନ୍ତି ସେତେବେଳେ ସେ ଆପଣଙ୍କ ଆଖିକୁ ତଳକୁ ଟାଣି ରୋଗକୁ ଯାଞ୍ଚ କରିବାକୁ ଚେଷ୍ଟା କରିଥାନ୍ତି l ଆସନ୍ତୁ ଆଜି ଜାଣିବା ଆଖି ଦ୍ୱାରା କେଉଁ ସବୁ ରୋଗକୁ ଜାଣି ହେବ l

* ମଧୁମେହ -ମଧୁମେହ ମଣିଷର ଜୀବନ ଶୈଳୀରେ ଯୋଡି ହୋଇଥିବା ଏପରି ଏକ ରୋଗ ଯାହା କାରଣରୁ ରକ୍ତରେ ସର୍କରାର ମାତ୍ରା ବାଢ଼ିଥିଲେ ମନୁଷ୍ୟ ମଧୁମେହ ରୋଗରେ ଆକ୍ରାନ୍ତ ହୁଏ l ବିଶେଷଜ୍ଞନ ମାନେ ମତ ଦେଇଛନ୍ତି ଯେ ଆଖି ଦ୍ୱାରା ମଧୁମେହ ରୋଗ ମଧ୍ୟ ଜାଣି ହେବ l ଆଖିରେ ହଳଦିଆ ରଙ୍ଗର ଛୋଟ ଛୋଟ ଦାଗ ଦେଖାଯିବ l ଏହି ଯେଉଁ ଦାଗ ଦେଖାଯିବ ଏହା ମଧୁମେହର ଲକ୍ଷଣ ଅଟେ l

* କୋଲେଷ୍ଟ୍ରଲ -ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ହେବ ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଦେଖା ଦେଇଥାଏ ଏବଂ ତାସାହିତ ହୃଦଘାତ ହେବାର ସମ୍ଭାବନା ମଧ୍ୟ ବଢିଥାଏ l ବିଶେଷଜ୍ଞ ମାନଙ୍କ ମତରେ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ହେଲେ ଆଖି ଭିତରେ ଥିବା ଡୋଳାର ଚାରି ପାଖରେ ଏକ ଧଳା ରଙ୍ଗର ରିଂଗ ଦେଖାଯାଇଥାଏ l କିଛି ରୋଗୀଙ୍କର ଆଖିପତାରେ ଉପରି ଭାଗରେ ମଧ୍ୟ ଦାଗ ରହିଥିବାର ଦେଖା ଯାଏ l

* ଉଚ ରକ୍ତଚାପ -ଉଚ ରକ୍ତଚାପ ଦ୍ୱାରା ବ୍ୟକ୍ତିର ଆଖି ମଧ୍ୟ ପ୍ରଭାବିତ ହୋଇଥାଏ l ବିଶେଷଜ୍ଞ ମାନେ କହିଛନ୍ତି ଯେ ଆଖି ଭିତର ଯଦି ଅତ୍ୟଧିକ ଲାଲ ଦେଖାଗଲା କିମ୍ବା ଆଖି ଭିତରର ସିରା ପ୍ରଶିରା ଲାଲ ରଙ୍ଗର ରହିଲା ତେବେ ଏହା ଉଚ ରକ୍ତଚାପର ସଂକେତ l

* ଥାଇରଏଡ଼ – ଥାଇରଏଡ଼ ସେହି ଲୋକମାନଙ୍କ ପାଖରେ ଦେଖା ଯାଇଥାଏ ଯେଉଁମାନେ ଥଣ୍ଡା ଦ୍ୱାରା ଆକ୍ରାନ୍ତ ଥାନ୍ତି ଏବଂ ଅଳ୍ପ କାମ କରୁଥିବା ଆଉ ଅଧିକ କାମ କରୁଥିବା ଲୋକ ମାନଙ୍କ ପାଖରେ ମଧ୍ୟ ଦେଖାଯାଏ l ଏହି ରୋଗ ଶରୀରର ମେଟାବୋଲିଜ୍ମକୁ ଧୀର କରି ଦେଇଥାଏ l ଏହି ରୋଗରେ ପୀଡିତ ହୋଇଥିବା ରୋଗୀର ଆଖିର ଚାରି ପାଖ ଟିସୁ ଗୁଡିକ ଫୁଲି ଯାଇଥାଏ l ଏହା ଦ୍ୱାରା ଆଖି ମଧ୍ୟ ଫୁଲିବା ଭଳି ନଜର ଆସିଥାଏ l

* ଆନିମିଆ -ଶରୀରରେ ଯେତେବେ ରକ୍ତ କମିଯାଇଥାଏ ତେବେ ବ୍ୟକ୍ତି ଆନିମିଆ ରୋଗରେ ପୀଡିତ ଅଛି ବୋଲି କୁହାଯାଇଥାଏ l ଏହି କାରଣ ରୁ ରେଡି ବ୍ଲଡ଼ ସେଲ ନିର୍ମାଣ ହେବ ବନ୍ଦ ହୋଇଯାଇଥାଏ l ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ବ୍ୟକ୍ତିର ଆଖିର ତଳ ପତା ଧଳା ଦେଖାଯାଇଥାଏ ସେ ଆନିମିଆ ରୋଗରେ ପୀଡିତ ଅଛି ବୋଲି କୁହାଯାଏ l

Show More

Related Articles

Back to top button