Breaking PLUSଦେଶମୁଖ୍ୟ ଖବର

ଉଦ୍ଧବ ଠାକରେଙ୍କ ବାସଭବନ ସମ୍ମୁଖରେ ବୋମା ବିସ୍ଫୋରଣର ଧମକ, ମାତୋଶ୍ରୀ ବାହାରେ ବଢିଲା ସୁରକ୍ଷା

ମୁମ୍ବାଇ, 15 ଜାନୁୟାରୀ – ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପାର୍ଟିର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବଙ୍ଗଲୋ ବାହାରେ ବୋମା ବିସ୍ଫୋରଣ ନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଧମକ ମିଳିଛି । ଏହି ଧମକ ପରେ ମୁମ୍ବାଇ ପୋଲିସ ପକ୍ଷରୁ ମାତୋଶ୍ରୀ ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏହାସହିତ ତାମିଲନାଡୁ ପୋଲିସ ନିୟନ୍ତ୍ରଣ କକ୍ଷରେ ମଧ୍ୟ ମୁମ୍ବାଇରେ ବୋମା ବିସ୍ଫୋରଣର ଧମକ ମିଳିଛି । ଏହାପରେ ମୁମ୍ବାଇ କ୍ରାଇମ ପକ୍ଷରୁ ମୁମ୍ବାଇର ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ସୁରକ୍ଷା କଡାକଡି କରାଯାଇଛି ।
ପୋଲିସ ଅନୁସାରେ ଅଜ୍ଞାତ ବ୍ୟକ୍ତିଜଣକ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି କହିଛନ୍ତି ଯେ, ସେ ମୁମ୍ବାଇ-ଗୁଜରାଟ ଟ୍ରେନରେ ଯାତ୍ରା କରୁଥିଲେ । ଅଜ୍ଞାତ ବ୍ୟକ୍ତି ଜଣକ ଏହି ଟ୍ରେନରେ ଯାତ୍ରା କରୁଥିବା 4ରୁ 5ଜଣ ମୁସଲିମ ବ୍ୟକ୍ତିମାନେ ଆଲୋଚନା କରୁଥିବା ଶୁଣାଯାଇଥିବା ନେଇ କଣ୍ଟ୍ରୋଲ ରୁମକୁ ଏହି ସୂଚନା ମିଳିଥିଲା ।

Show More

Related Articles

Back to top button