ବଲିଉଡମନୋରଞ୍ଜନ

ଫାଇନାଲ୍ ହେଲା ‘ଲାଲ୍ ସିଂହ ଚଡ୍ଢା’ର ରିଲିଜ ଡେଟ୍

ଅମିର ଖାନ ଓ କରୀନା କପୁର ଖାନ ଷ୍ଟାରର ଫିଲ୍ମ ଲାଲ୍ ସିଂହ ଚଡ୍ଢାର ଫାଇନାଲ୍ ହୋଇଯାଇଛି ରିଲିଜ ଡେଟ୍ । ଲାଲ୍ ସିଂହ ଚଡ୍ଢା ୧୪ ଏପ୍ରିଲ ୨୦୨୨ରେ ସିନେମା ଘରେ ରିଲିଜ ହେବ । ଅମିର ଖାନ ପ୍ରଡକ୍ସନ ଫିଲ୍ମର ନୂଆ ପୋଷ୍ଟ ସହିତ ଏହାର ରିଲିଜ ଡେଟର ମଧ୍ୟ ଘୋଷଣା କରିଛନ୍ତି ।

ପୋଷ୍ଟରରେ ଅମିର ଖାନ ଓ କରୀନା କପୁରଖାନଙ୍କ ପ୍ରେମର ଏକ ଝଲକ ଦେଖିବାକୁ ମିଳୁଛି । ଅମିର ଖାନ୍ ପ୍ରଡକ୍ସନ ଗତ କିଛି ବର୍ଷରେ ଭାରତୀୟ ଦର୍ଶକଙ୍କୁ ଲଗାନ, ତାରେ ଜମିନ୍ ପର୍, ଦଙ୍ଗଲ ଓ ଅନେକ ଦମଦାର୍ ଫିଲ୍ମ ଦେଇଛି ।

ହଲିଉଡ ମୁଭି ଫରେଷ୍ଟ ଗମ୍ପର ହିନ୍ଦୀ ରିମେକକୁ ଅତୁଲ କୁଲକର୍ଣ୍ଣୀ ଭାରତୀୟ ରୂପାନ୍ତରଣ ଦେଇଛନ୍ତି । ଏଥିରେ ଅମିର ଖାନ ଓ କରୀନା କପୁର ଖାନ ନଜର ଆସିବେ । ଏବଂ ଏହାକୁ ନିର୍ଦ୍ଦେଶନା ଦେବେ ଅଦ୍ୱେତ ଚନ୍ଦନ । ଫିଲ୍ମଟି ଭାୟାକମ୍ ୧୮ ଷ୍ଟୁଡିଓଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଅମିର ଖାନ ଓ କରୀନା କପୁର ଶେଷ ଥର ପାଇଁ ଥ୍ରି ଇଡିୟଟ୍ସରେ ନଜର ଆସିଥିଲେ । ଏବେ ଲାଲ୍ ସିଂହ ଚଡ୍ଢାରେ ପୁଣି ଦର୍ଶକ ଉଭୟଙ୍କୁ ଏକାଠି ଦେଖିବାକୁ ପାଇବେ । ଥ୍ରି ଇଡିୟଟ୍ସ କଥା କହିବା ତ ଫିଲ୍ମଟି ସେହି ସମୟରେ ସୁପରଡୁପର ହିଟ୍ ହୋଇଥିଲା ।

Show More

Related Articles

Back to top button