ସ୍ୱାସ୍ଥ୍ୟ

ରକ୍ତ ଜମାଟରୁ ମୁକ୍ତିଦିଏ ଭିଟାମିନ୍‌-କେ

ଆସନ୍ତୁ ଜାଣିବା ଭିଟାମିନ୍‌-କେର ଉପକାରିତା ବିଷୟରେ-

ଶରୀରରେ ଖଣ୍ଡିଆ ହୋଇ ରକ୍ତ ବାହାରିଲେ କିଛି ସମୟ ପରେ ସେହି ଜାଗାରେ ରକ୍ତର ଏକ ପରସ୍ତ ହୋଇ ଶୁଖିଯାଏ, ଯାହାଦ୍ୱାରା ଅଧିକ ରକ୍ତ ବାହାରିବ ନାହିଁ । ରକ୍ତରେ ମହଜୁଦ ପ୍ରୋଥେମ୍ବିନ୍‌ ନାମକ ପ୍ରୋଟିନ୍‌ ଏହି କାମ କରିଥାଏ । ପ୍ରୋଟିନ୍‌ ତିଆରି ପାଇଁ ଶରୀର କୁ ଭିଟାମିନ୍‌-କେ ଆବଶ୍ୟକ । ହାଡ ମଜବୁତ ପାଇଁ ବି ଏହି ଭିଟାମିନ୍‌ ଜରୁରୀ ।

ହାଡ଼ର ମେକାନିଜମ୍‌ ଠିକ୍‌ ରଖିଥାଏ ଯାହାଦ୍ୱାରା ଫ୍ରାକcର ଆଶଙ୍କା କମ୍‌ ହୋଇଥାଏ । ଭିଟାମିନ୍‌-କେ ଅଭାବ ଗମ୍ଭୀର ରୋଗର କାରଣ ହୋଇଥାଏ । ଏପରି ସ୍ଥଳେ ରକ୍ତ ପତଳା ହୋଇଯାଏ । ଖଣ୍ଡିଆ ହେଲେ ଅଧିକ ରକ୍ତ ବାହାରିବା ସହ ଜମାଟ ବାନ୍ଧିବାରେ ସମୟ ଲାଗିଥାଏ । ପତ୍ର ଥିବା ପନିପରିବା, କ୍ଷୀର, ଅଣ୍ଡା, ଡ୍ରାଏ ଫ୍ରୁଟ୍‌ସରୁ ଭିଟାମିନ-କେ ମିଳିଥାଏ । ଏହାକୁ ଡାଏଟରେ ସାମିଲ କରିବା ଉଚିତ ।

Show More

Related Articles

Back to top button