ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶରୀରରେ ଥିବା ଥଣ୍ଡା ସମ୍ବନ୍ଧୀୟ ରୋଗକୁ ଦୁରକରିଥାଏ ଗୁଡ

ଥଣ୍ଡା ଦିନରେ ଗୁଡକୁ ଗୋଟିଏ ସୁପର ଫୁଡ କୁହାଯାଇଥାଏ l ଗୁଡ଼ ଖାଇବା ଦ୍ୱାରା କି ଲାଭ ମିଳେ ତାହା ହୁଏତ ଖୁବ କମ ଲୋକ ଜାଣିଥିବେ l ଗୁଡା ଖାଇବା ଦ୍ୱାରା ସୀତା ଦିନରେ ବିଶେଷ ଲାଭ ମିଳେ ,କାରଣ ସୀତା ଦିନରେ ହେଉଥିବା ରୋଗ ଗୁଡ଼ିକରୁ ନିଜକୁ ଦୁରେଇ ରଖାଯାଇ ପାରିବ

ଗୁଡା ମଧ୍ୟ ଖୁବ ଜଲ୍ଦି ହଜମ ହୋଇଯାଏ l ଗୁଡରେ ଆଇରନ ରହିଥିବା ହେତୁ ଶରୀରରେ ରକ୍ତ ହୀନତାକୁ ଦୂର କରିଥାଏ ଓ ତା ସହିତ ଅନ୍ୟ ରୋଗରୁ ମଧ୍ୟ ନିଜକୁ ଦୁରେଇ ରଖି ହୁଏ l

* ଗୁଡ଼ ପାଚନ ଶକ୍ତିରେ ସୁଧାର ଆଣିଥାଏ ,ଯାହାଦ୍ୱାରା ଭୋକ ବଢିଥାଏ ଓ ଗ୍ୟାସ ,ଏସିଡ଼ିଟି ଓ ପେଟ ସହିତ ଯୋଡି ହୋଇଥିବା ରୋଗକୁ ଦୁରେଇ ଥାଏ l ସକାଳୁ ଯେକୌଣସି ଜଳଖିଆ ଖାଇ ତା ସହିତ ଟିକେ ଗୁଡ଼ ଖାଇ ପାଣି ପିଇବା ଦ୍ୱାରା ଏହି ସବୁ ପେଟରୋଗରୁ ନିଜକୁ ଦୁରେଇ ରଖାଯାଇ ପାରିବ l

* ଶୀତଦିନେ ସାଧାରଣତଃ ତଣ୍ଟି ବସିଯିବା ଓ ତଣ୍ଟି ଖିଚି ଖିଚି ହେବ ଏକ ସାଧାରଣ ସମସ୍ୟା l ଏହିପରି ହେଲେ ଆପଣ ଭତରେ ଗୁଡ଼ ପକାଇ ରାନ୍ଧି ଖାଇ ପାରିବେ କିମ୍ବା ଭାତ ସହିତ ଖଣ୍ଡେ ଗୁଡ ନେଇ ଖାଆନ୍ତୁ ଏହା ତୁରନ୍ତ ଲାଭ ଦେବା l କିନ୍ତୁ ଯାହାବି ଖାଇବେ ତାହା ଗରମ ହୋଇଥିବା ଆବଶ୍ୟକ l

* ଆସ୍ଥମା ଓ ଥଣ୍ଡା ହେଲେ ଗୁଡ଼ ସେବନ କରିବା ଦ୍ୱାରା ଲାଭ ମିଳିଥାଏ l ଗୁଡ଼ ଓ କଳା ରାଶିର ଲଡୁ ବଣାଇ ଖାଇବା ଦ୍ୱାରା ସର୍ଦି ଓ ଆସ୍ଥମାର ସମସ୍ୟା ଦୂର ହୋଇଥାଏ l ବେଳେ ବେଳେ ଆମ ମୁଣ୍ଡରେ ପାଣି ଜମି ଭାରି ଲାଗିଥାଏ ,ଏହି ସମୟରେ ଗୁଡ଼କୁ ତରଲାଇ ଉଷୁମ ଉଷୁମ ସେବନ କରିବା ଦ୍ୱାରା ଲାଭ ମିଳିଥାଏ l

* ଥଣ୍ଡା ଦିନେ ସର୍ଦି ଯୋଗୁ କଣ ଯନ୍ତ୍ରଣା ହେବ ଏକ ସାଧାରଣ ସମସ୍ୟା l ଏହି ପରି ହୋଇଥିଲେ ଗୁଡ଼ ସହିତ ଗାଈ ଘିଅ ମିଶାଇ ଗରମ କରନ୍ତୁ l ଏହି ମିଶ୍ରଣକୁ ସକାଳେ ଓ ସନ୍ଧ୍ୟା ବେଳେ ଉଷୁମ ଉଷୁମ ସେବନ କରନ୍ତୁ l ଏହା ଦ୍ୱାରା କାନ ଯନ୍ତ୍ରଣାରୁ ଆରାମ ମିଳିବ ସହିତ ରକ୍ତରେ ହେମୋଗ୍ଲୋବିନର ମାତ୍ରା ମଧ୍ୟ ସନ୍ତୁଳିତ ରହିବl

* ରକ୍ତଚାପ ଏକ ସାଧାରଣ ସମସ୍ୟା ,ଏହା ଉଚ ରକ୍ତଚାପ ହେଉ କିମ୍ବା ନିମ୍ନ ରକ୍ତଚାପ ହେଉ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ l ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତେକ ଦିନ ସକାଳେ ଓସଂଧ୍ୟାରେ ଉଷୁମ ପାଣି ସହିତ ଗୁଡ଼ ସେବନ କରନ୍ତୁ l ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବ l

Show More

Related Articles

Back to top button