Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନର ମଦ୍ରାସାରେ ଭୟଙ୍କର ବିସ୍ପୋରଣ, ୭ ମୃତ ୭୦ ରୁ ଅଧିକ ଆହତ

ପାକିସ୍ତାନର ପେଶୱାରରେ ଏକ ମଦ୍ରାସାରେ ଭୟଙ୍କର ବିସ୍ପୋରଣ । ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଏହି ମଦ୍ରାସା ପେଶୱାରର ଦିର୍ କଲୋନୀ ନିକଟରେ ଅବସ୍ଥିତ ବୋଲି କୁହାଯାଉଛି । ବିସ୍ଫୋରଣର କାରଣ କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବାବେଳେ ଜାଣିବା ପାଇଁ ବର୍ତ୍ତମାନ ଅନୁସନ୍ଧାନକାରୀ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି

ପାକିସ୍ତାନର ପେଶୱାରରେ ଏକ ମଦ୍ରାସାରେ ଭୟଙ୍କର ବିସ୍ପୋରଣ । ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଏହି ମଦ୍ରାସା ପେଶୱାରର ଦିର୍ କଲୋନୀ ନିକଟରେ ଅବସ୍ଥିତ ବୋଲି କୁହାଯାଉଛି । ବିସ୍ଫୋରଣର କାରଣ କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବାବେଳେ ଜାଣିବା ପାଇଁ ବର୍ତ୍ତମାନ ଅନୁସନ୍ଧାନକାରୀ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବୋଲି କୁହାଯାଉଛି ।

ଡନ୍‌ ମିଡ଼ିଆ ସହ କଥାବାର୍ତ୍ତା କରି ପେଶୱାରର ବରିଷ୍ଠ ପୋଲିସ ଅଧୀକ୍ଷକ ମସୁର ଅମାନ କହିଛନ୍ତି ଯେ ବିସ୍ଫୋରଣର କାରଣ ଜଣାପଡି ନାହିଁ କିନ୍ତୁ ପ୍ରାଥମିକ ଅନୁସନ୍ଧାନରେ ଏହା ଗ୍ୟାସ ବିସ୍ଫୋରଣ ହେବାର କୌଣସି ପ୍ରମାଣ ମିଳି ନାହିଁ । ଆହତମାନଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ମୁଖପାତ୍ର ମହମ୍ମଦ ଅସୀମ କହିଛନ୍ତି ଯେ ୭୦ ଜଣରୁ ଅଧିକ ଆହତଙ୍କୁ ଅଣାଯାଇଛି ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି । କିଛି ଶିଶୁଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

Show More

Related Articles

Back to top button