Breaking PLUSଓଡ଼ିଶାମୁଖ୍ୟ ଖବର

ଆନ୍ଧ୍ର-ଓଡ଼ିଶା ସୀମା ମାଲକାନଗିରିରେ ପୁଲିସ-ନକ୍ସଲ ମଧ୍ୟରେ ଏନକାଉଣ୍ଟର

ଆନ୍ଧ୍ର-ଓଡ଼ିଶା ସୀମା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜୁମଡ଼ାଙ୍ଗ ଜଙ୍ଗଲରେ ମଙ୍ଗଳବାର ସକାଳୁ ପୁଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୂଚନା ଅନୁସାରେ, ଜୁମଡାଙ୍ଗ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ନେଇ ଖବର ମିଳିବା ପରେ ଏସ୍‌ଓଜି ଓ ଡିଭିଏଫ ବାହିନୀ ପକ୍ଷରୁ ଗତକାଲି ରାତିରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।

ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ସୁରକ୍ଷାବାହିନୀ ଉପରେ ଗୁଳି ଚାଳନ କରିଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା ।ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଚାଲିଥିଲା। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି।

କିନ୍ତୁ ବର୍ତ୍ତମାନ ପପର୍ଯନ୍ତ କେତେଜଣ ମୃତାହତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ଆସିନାହିଁ । ଉଲ୍ଲେଖଯୋଗ୍ୟ, ଗତକାଲି ବିଚ୍ଛିନ୍ନାଞ୍ଚଳର ମୁକୁଡ଼ପାଲ୍ଲୀ ଓ ଗୋରାସେତୁରୁ ବିପୁଳ ପରିମାଣର ମାରଣା ଅସ୍ତ୍ର ଜବତ କରାଯାଇଥିଲା।

Show More

Related Articles

Back to top button