Breaking PLUSଦେଶ ବିଦେଶମୁଖ୍ୟ ଖବର

ଶିଶୁର ଯତ୍ନ ନେବା ପାଇଁ ଏଣିକି ପୁରୁଷମାନଙ୍କୁ ମଧ୍ୟ ମିଳିବ ଛୁଟି

ଗୋଟିଏ ସୁସ୍ଥ ସନ୍ତାନର ଲାଳନପାଳନ ପାଇଁ ଉଭୟ ପିତା ଓ ମାତା ଦାୟିତ୍ୱବାନ୍ ହେବା ଉଚିତ୍ । ସାଧାରଣତଃ ପୁରୁଷମାନେ ସଠିକ୍ ସମୟ ନିଜର ସନ୍ତାନମାନଙ୍କୁ ଦେଇପାରିନଥାନ୍ତି ଯାହାଫଳରେ ସନ୍ତାନମାନେ ଅବହେଳିତ ହୋଇଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅଭିଯୋଗ ଓ ପେନସନ ବିଭାଗର ମନ୍ତ୍ରୀ ଜିତେନ୍ଦ୍ର ସିଂ ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ।

ଏହି ଘୋଷଣା ମୁତାବକ ସମସ୍ତ ସରକାରୀ ପୁରୁଷ କର୍ମଚାରୀ ବି ସେମାନଙ୍କ ଶିଶୁର ଯତ୍ନ ପାଇଁ ଏଣିକି ଛୁଟି ନେଇପାରିବେ । ସେ କହିଛନ୍ତି କି ଏହି ଛୁଟି (ସିସିଏଲ୍‌) ନେବାକୁ ବି ପରୁଷ ମାନେ ହକଦାର । କିନ୍ତୁ ଏନେଇ ସେ କିଛି ସର୍ତ୍ତ ରଖିଛନ୍ତି । ସର୍ତ୍ତ ମୁତାବକ ଏହି ଛୁଟି କେବଳ ସେହି ପୁରୁଷ କର୍ମଚାରୀ ମାନଙ୍କୁ ମିଳିବ ଯେଉଁମାନେ କି ଏକକ ଅଭିଭାବକ ଅଟନ୍ତି । ସେ କହିଛନ୍ତି କି ଏହି ସୁବିଧା ପାଇଁ ଅନେକ ଦିନରୁ ନିର୍ଦ୍ଦେଶନାମା ଜାରି କରାଯାଇ ସାରିଛି ।

ହେଲେ ଏହା ସାଧାରଣ ଲୋକଙ୍କ ପାଖରେ ପହଂଚି ନାହିଁ । ଅନ୍ୟପଟେ ଶ୍ରୀ ସିଂ କହିଛନ୍ତି କି ପୁରୁଷ କର୍ମଚାରୀ ଜଣକ ସିସିଲଏଲ ବା ଶିଶୁ ଯତ୍ନ ପାଇଁ ନେଇଥିବା ଛୁଟି ସମୟରେ କର୍ମଚାରୀ ମାନେ ବାହାରକୁ ବୁଲିଯିବା ପାଇଁ ଏଲଟିସି ନେଇ ପାରିବେ । ଅନ୍ୟପଟେ କର୍ମଚାରୀଙ୍କ ପିଲା ଯଦି ଦିବ୍ୟାଙ୍ଗ ଥିବ ତେବେ ସେ କୌଣସି ବୟସର ହୋଇଥିଲେ ବି ତାଙ୍କ ପିତାଙ୍କୁ ଶିଶୁଯତ୍ନ ଛୁଟି ବା ସିସଏଲ ନେଇ ପାରିବ ।

Show More

Related Articles

Back to top button