ସ୍ୱାସ୍ଥ୍ୟ

କଳା ତୁଳସୀର ଔଷଧୀୟ ଗୁଣ

ମାନସିକ ଦୁଶ୍ଚିନ୍ତାକୁ ଦୂର କରିବା ସହିତ ଶରୀରକୁ ରଖେ ସୁସ୍ଥ

ଆମେ ସମସ୍ତେ ଜାଣିଛେ ଯେ ତୁଳସୀ ଦୁଇ ପ୍ରକାରର ରହିଛି l ସେଥି ମଧ୍ୟରୁ ଗୋଟିଏକୁ କୁହାଯାଏ ଧଳା ତୁଳସୀ ଓ ଅନ୍ୟଟିକୁ କଳା ତୁଳସୀ l ଆମ ହିନ୍ଦୁ ଧର୍ମରେ ତୁଳସୀର ଅନେକ ମହତ୍ୱ ରହିଛି l ଯାହା ହୁଏତ ଆମମାନଙ୍କ ମଧ୍ୟରୁ ଖୁବ କମ ଲୋକ ଜାଣିଥିବେ କଳା ତୁଳସୀର ବିଶେଷତ୍ୱ ଭାବରେ l କଳା ତୁଳସୀର ଏପରି କିଛି ଗୁଣ ରହିଛି ଯାହା ଆମେ ଜାଣିବା ଆବଶ୍ୟକ l

* ଆଜିକାଲି ସମୟରେ ମନର ଅଶାନ୍ତି ଓ ଚିନ୍ତା ଗୋଟିଏ ମୁଖ୍ୟ କାରଣ ହୋଇ ଯାଇଛି l ଗବେଷଣାରୁ ଜଣା ପଡିଛି ଯେ କଳା ତୁଳସୀ ପତ୍ର ମଣିଷର ମାନସିକ ଉତେଜନାକୁ ଦୂର କରିବାରେ ସାହାଯ୍ୟ କରିଥାଏ l କଳା ତୁଳସୀରେ ଆଣ୍ଟି ଷ୍ଟ୍ରେସ ଗୁଣ ରହିଛି ,ତେଣୁକରି ମନର ଉତେଜନାକୁ ଦୂର କରିବା ପାଇଁ କଳା ତୁଳସୀରେ ଚା ପ୍ରସ୍ତୁତ କରି ପିଅନ୍ତୁ l

* କଳା ତୁଳସୀ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ l ବର୍ତମାନ ସମୟରେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢିବା ନିହାତି ଆବଶ୍ୟକ l ତେଣୁ ପ୍ରତେକଦିନ କିଛି ମାତ୍ରାରେ କଳା ତୁଳସୀ ସକାଳେ ଓ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଲାଭ ମିଳିବ l

* ଗବେଷଣାରୁ ଜଣା ପଡିଛି ଯେ ଆଖି ପାଇଁ କଳା ତୁଳସୀ ପତ୍ରର ରସ ଅତ୍ୟନ୍ତ ଉପଯୋଗୀ l ଯଦି ଆପଣଙ୍କ ଆଖିରେ କୌଣସି ପ୍ରକାରର ସଂକ୍ରମଣ ରହୁଛି ତେବେ କଳା ତୁଳସୀ ରସକୁ ଉଷୁମ ପାଣିରେ ସେବନ କରିବା ଦ୍ୱାରା ସଂକ୍ରମଣ କମିଯିବ l

* ଧଳା ତୁଳସୀ ଅପେକ୍ଷା କଳା ତୁଳସୀ ଥଣ୍ଡା ,କାଶ ଓ ଗଳା ଯନ୍ତ୍ରଣା ପାଇଁ ଅତ୍ୟନ୍ତ ହିତକର l କାରଣ କଳା ତୁଳସୀ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆକୁ ଶରୀରରୁ ଦୁରେଇ ରଖିଥାଏ l ତେଣୁ ପାଣିରେ କଳା ତୁଳସୀ ଓ ଲୁଣ ପକାଇ ଫୁଟାଇ ଗଳ ଗଳ କରନ୍ତୁ ,ଦେଖିବେ ଥଣ୍ଡା ଜନିତ ସମସ୍ୟା ଦୂରେଇଯିବ l

* ମଧୁମେହ ରୋଗ ପାଇଁ କଳା ତୁଳସୀରେ ଉପଚାର କରାଯିବା ଏକ ପୁରୁଣା ପଦ୍ଧତି ଅଟେ l କଳା ତୁଳସୀରେ ଆଣ୍ଟି ଡ଼ାଈ ବିଟିକ ଗୁଣ ରହିଛି ,ଯାହା ସକାଳୁ ଖାଲି ପେଟରେ କଳା ତୁଳସୀ ପାଣି ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ l ତା ସହିତ ଓଜନ ମଧ୍ୟ ହ୍ରାସ ହୁଏ l

Show More

Related Articles

Back to top button