ସ୍ୱାସ୍ଥ୍ୟ

ଖରାଦିନେ ବେଲ ପଣାର ବିଶେଷତ୍ୱ କଣ ରହିଛି ଆସନ୍ତୁ ଜାଣିବା

ଯେତେବେଳେ ଗରମ ଦିନ ଆରମ୍ଭ ହୋଇଯାଏ ବେଲର ଚାହିଦା ଅନେକ ମାତ୍ରାରେ ବଢି ଯାଇଥାଏ l ସେହିଭଳି ବେଲପଣl ମଧ୍ୟ ଓଡ଼ିଶାର ଅତି ପ୍ରିୟ ପାନୀୟ ଅଟେ

ବେଲ ପତ୍ରର ଅନେକ ମହତ୍ୱ ହିନ୍ଦୁ ପରମ୍ପରାରେ ରହିଛି l ବିଶେଷ କରି ଶିବାଳୟ ଗୁଡିକରେ ବେଲ ଗଛ ଦେଖିବାକୁ ମିଳିଥାଏ l ବେଲ ଗଛର ମହତ୍ୱ ଭାରତ ବ୍ୟତୀତ ଚୀନ ର ଆୟୁର୍ବେଦରେ ମଧ୍ୟ ଦେଖିବାକୁ ମିଳେ l ବର୍ତ୍ତମାନ ବେଲର ଉତ୍ପାଦନ ଥାଇଲ୍ୟାଣ୍ଡ ,ମାଲେସିଆ କଲମ୍ବିଆ ପ୍ରଭୃତି ଦେଶରେ ଦେଖିବାକୁ ମିଳୁଛି l

ବେଲପଣାର ସ୍ୱାସ୍ଥ୍ୟ ଜନିତ ଲାଭ-
* ବେଲପଣା ପେଟ ପାଇଁ ରାମବାଣ ଅଟେ l ଏହା ପେଟକୁ ଥଣ୍ଡା ରଖିବା ସହିତ ଗ୍ୟାସ ,ବଦହଜମି ସମସ୍ୟାରୁ ରକ୍ଷା କରିଥାଏ l ବେଲପଣା ଗ୍ରୀଷ୍ମଋତୁରେ ପେଟକୁ ଥଣ୍ଡା ରଖିଥାଏ l କେଉଁ ପୁରାତନ କାଳରୁ ପେଟର ସମସ୍ତ ସମସ୍ୟା ପାଇଁ ବେଲପଣା କୁ ଗୁରୁତ୍ୱ ଦିଆଯାଉଛି l

* ପାଚନ ଶକ୍ତିକୁ ବଢାଇବା ଦିଗରେ ବେଲର ବିଶେଷ ମହତ୍ୱ ରହିଛି l ଗ୍ରୀଷ୍ମ ଋତୁରେ ଅଧିକାଂଶ ସମୟ ଉତ୍ତାପ କାରଣରୁ ଖାଦ୍ୟ ହଜମ ହେବାରେ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l ଏଥିରେ ଫାଇବର ରହିଥିବା କାରଣରୁ ପାଚନ ତନ୍ତ୍ରକୁ ସୁଦୃଢ କରେ l

* ଏଥିରେ ପ୍ରୋଟିନ ,ବିଟା କେରୋଟିନ ,ଥାଇମିନ ଓ ଭିଟାମିନ ସି ଇତ୍ୟାଦି ରହିଥିବାରୁ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ l ରକ୍ତକୁ ଶୁଦ୍ଧ କରିବାରେ ବେଲପଣାର ଅତ୍ୟନ୍ତ ଯୋଗଦାନ ରହିଛି l

* ଝାଡ଼ାବାନ୍ତି ଡାଇରିଆ ସମୟରେ ବେଲପଣା ଶରୀର ପାଇଁ ଉପଯୋଗୀ l ଏହି ସମୟରେ କମିଯାଇଥିବା ଜଳୀୟ ଅଂଶକୁ ଵେଲ ପୂର୍ଣ୍ଣ କରିଥାଏ l ଡାଇରିଆ ସମୟରେ ବେଲପଣା ଗୁଡ଼ ସହିତ ସେବନ କରିବା ଅତ୍ୟନ୍ତ ହିତକର l

* ବେଲର ରସକୁ ମହୁ ସହିତ ମିଶାଇ ପିଇବା ଦ୍ୱାରା ଏସିଡ଼ିଟି ସମସ୍ୟା ଦୂରହୁଏ l ଗ୍ରୀଷ୍ମଋତୁରେ ବେଲପଣା ସନ ଷ୍ଟ୍ରୋକରୁ ରକ୍ଷା କରେ ଓ ଶରୀରକୁ ଭିତରୁ ଥଣ୍ଡା ରଖେ l

Show More

Related Articles

Back to top button