Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ରାମଭକ୍ତଙ୍କୁ ନେଇ ବାହାରିଥିବା ସ୍ପେଶିଆଲ ଟ୍ରେନର ଶୁଭାରମ୍ଭ କଲେ ବିଜେପି ରାଜ୍ୟସଭାପତି

ଭୁବନେଶ୍ୱର- ରାମଭକ୍ତଙ୍କୁ ନେଇ ବାହାରିଥିବା ସ୍ପେଶିଆଲ ଟ୍ରେନର ଶୁଭାରମ୍ଭ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, ୫୦୦ ବର୍ଷର ଅନ୍ତ ଘଟାଇ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲା ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ବର୍ତମାନ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ୧୫୦୦ ରୁ ଉର୍ଦ୍ଧ ରାମ ଭକ୍ତଙ୍କୁ ନେଇ ଭୁବନେଶ୍ୱରରୁ ଅଯୋଧ୍ୟା ଯାତ୍ରା କରୁଥିବା ଭୁବନେଶ୍ୱର – ଦର୍ଶନ ନଗର (ଅଯୋଧ୍ୟା) ଆସ୍ଥା ସ୍ପେଶିଆଲ ଟ୍ରେନ (୦୮୪୯୮)କୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପତାକା ଦେଖା ଶୁଭାରମ୍ଭ କରିଛନ୍ତି।

Show More

Related Articles

Back to top button