Breaking PLUSଦେଶମୁଖ୍ୟ ଖବର

ଗୋଆରେ ପିଏମ ମୋଦି କହିଲେ, ଭାରତ ଆଜି ବିଶ୍ୱର ସବୁଠୁ ଦ୍ରୁତଗତିରେ ବଢୁଥିବା ଅର୍ଥବ୍ୟବସ୍ଥା

ପାଣାଜୀ, 6 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଆ ଗସ୍ତରେ ଅଛନ୍ତି । ପିଏମ ମୋଦି ଭାରତ ଶକ୍ତି ସପ୍ତାହ-2024 ଉଦଘାଟନ କରି କହିଛନ୍ତି ଯେ, ‘ଚଳିତ ଅର୍ଥବର୍ଷର ପ୍ରଥମ 6ମାସରେ ଭାରତର ଜିଡିପି ରେଟ୍ 7.5 ପ୍ରତିଶତରୁ ଅଧିକ ହୋଇଛି । ଭାରତ ଆଜି ବିଶ୍ୱର ସବୁଠୁ ଦ୍ରୁତଗତିରେ ବଢୁଥିବା ଅର୍ଥବ୍ୟବସ୍ଥା ଅଟେ ।
ସେ କହିଛନ୍ତି ଯେ, ଇଣ୍ଡିଆ ଏଜର୍ଜି ୱିକର ଦ୍ୱିତୀୟ ସଂସ୍କରଣରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ କରୁଛି । ଆମ ପାଇଁ ବହୁତ ଖୁସିର କଥା ଯେ, ଇଣ୍ଡିଆ ଏନର୍ଜି ୱିକର ଆୟୋଜନ ସବୁବେଳେ ଶକ୍ତିରେ ଭରି ରହୁଥିବା ଗୋଆରେ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ଦକ୍ଷିଣ ଗୋଆର ବେତୁଲରେ ଓଏନଜିସି ସି ସର୍ଭାଇଭାଲ ସେଣ୍ଟରରେ ଉଦଘାଟନ କରିଥିଲେ ।
ପିଏମ ମୋଦି କହିଥିଲେ ଯେ, ଗୋଆ ନିଜ ଆତଥ୍ୟ ଭାବ ପାଇଁ ଜଣାଶୁଣା । ଗୋଆ ଆଜି ବିକାଶର ନୂଆ ପ୍ରତିମାନକୁ ଛୁଉଁଛି । ଆଜି ଯେତେବେଳେ ଆମେ ଗୋଆରେ ପରିବେଶ ପ୍ରତି ସମ୍ବେଦନଶୀଳତାର କଥା କହିବା ପାଇଁ ଏକଜୁଟ ହୋଇଛୁ । ଭବିଷ୍ୟତ ବିଷୟରେ କଥା କହିବାକୁ ଯାଉଛୁ । ଏଥିପାଇଁ ଗୋଆ ପରଫେକ୍ଟର ଡେଷ୍ଟିନେସନ ଅଟେ ।

Show More

Related Articles

Back to top button