Breaking PLUSଦେଶମୁଖ୍ୟ ଖବର

ଆରବିଆଇ ମୁଦ୍ରା ନୀତି କମିଟି ବୈଠକ ଆରମ୍ଭ ହେବ, ଫେବୃଆରୀ 8ରେ ଫଳାଫଳ ଘୋଷଣା

ମୁମ୍ବାଇ/ନୂଆଦିଲ୍ଲୀ, 6 ଫେବୃଆରୀ- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଦ୍ରା ନୀତି କମିଟିର ତିନି ଦିବସୀୟ ସମୀକ୍ଷା ବୈଠକ ମଙ୍ଗଳବାର ଆରମ୍ଭ ହୋଇଛି । ଏମପିସିର ଏହି ବୈଠକ 6-8 ଫେବୃୟାରୀ ଯାଏ ଚାଲିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଫେବୃୟାରୀ 8 ତାରିଖ ସକାଳ 10ଟା ବେଳେ ଏମପିସିର ନିଷ୍ପତ୍ତି ଘୋଷଣା କରିବେ ।
ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ମଧ୍ୟବର୍ତ୍ତୀ କେନ୍ଦ୍ରୀୟ ବଜେଟ୍ 2024 ଉପସ୍ଥାପିତ ହେବା ପରେ ଆରବିଆଇ ରେପୋ ରେଟକୁ ଯଥାସ୍ଥିତିରେ ରଖିବ ବୋଲି ଆଶା କରାଯାଉଛି। ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ, ଏଥର ମଧ୍ୟ ଆରବିଆଇ ନୀତି ହାରରେ କୌଣସି ପରିବର୍ତ୍ତନ କରିବା ସମ୍ଭବ ନୁହେଁ, କାରଣ ଖୁଚୁରା ମୁଦ୍ରାସ୍ଫୀତି ନିର୍ଦ୍ଦିଷ୍ଟ ସହନଶୀଳତା ବ୍ୟାଣ୍ଡର ଉପର ସ୍ତର ନିକଟରେ ରହିଛି।

Show More

Related Articles

Back to top button