Breaking PLUSଦେଶମୁଖ୍ୟ ଖବର

ଆଜି ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରଚାର କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଲୋକସଭା ନିର୍ବାଚନ ଲଢୁଥିବା ପାର୍ଟିର ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିବେ । ବିଜେପି ଏକ୍ସ ହ୍ୟାଣ୍ଡେଲରେ ଜେପି ନଡ୍ଡାଙ୍କ ଆଜିର କାର୍ଯ୍ୟକ୍ରମ ନେଇ ସୂଚନା ଦେଇଛି ।
ବିଜେପିର ଏକ୍ସ ହ୍ୟାଣ୍ଡେଲ ଅନୁସାରେ ପାର୍ଟିର ଅଧ୍ୟକ୍ଷ ଦ୍ୱିପ୍ରହର 12ଟା ବେଳେ ଉତ୍ତର ପ୍ରଦେଶର ରାମପୁରରେ ପଂହଚିବେ । ରାମପୁରର ଭାରତ ମୈଦାନରେ ବିଜେପିର ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ନଡ୍ଡା ଦ୍ୱିପ୍ରହର 1.30 ବେଳେ ବିଜନୌର ଜିଲ୍ଲାର ଧାମପୁରରେ ପହଂଚିବେ । ସେ ଏଠାରେ ପ୍ରିୟଙ୍କା ମର୍ଡନ ପବ୍ଲିକ ସ୍କୁଲରେ ଜନସଭାକୁ ସଂବୋଧିତ କରିବେ । ଶେଷରେ ସନ୍ଧ୍ୟାରେ ସେ ରାଜସ୍ଥାନ ଯିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button