Breaking PLUSଓଡ଼ିଶାମୁଖ୍ୟ ଖବର

ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଓ ନରେନ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପି ଦଳରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ୟ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତେଲକୋଇର ବିଧାୟକ ପ୍ରେମାନନ୍ଦ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ୨୦୦୯ ଓ ୨୦୧୯ରୁ ବିଧାୟକ ହୋଇଥିଲେ ପ୍ରେମାନନ୍ଦ ନାୟକ । ସେହିପରି ଗତ ଧାମନଗର ଉପନିର୍ବାଚନ ବେଳେ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ଦଳ ବିରୋଧୀ କାମ ପାଇଁ ରାଜେନ୍ଦ୍ରଙ୍କୁ ବିଜେଡି ବହିଷ୍କାର କରିଥିଲା । ଅନ୍ୟପଟେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୨୦୦୪ରେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ । କିନ୍ତୁ ୨୦୧୯ରେ କଂଗ୍ରେସ ଦଳ ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ଥିଲେ ।

Show More

Related Articles

Back to top button