Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 9ରେ ବିହାରରେ ନିର୍ବାଚନ ପାଇଁ ଶଙ୍ଖନାଦ କରିବେ ଅମିତ ଶାହ

ପାଟଣା- ବିହାରରେ ଏନଡିଏ ସରକାର ଗଠନ ପରେ ଏବେ ବିଜେପିର ବଡ ବଡ ନେତାଙ୍କ ଗସ୍ତ ଆରମ୍ଭ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ 9ରେ ପାଟଣା ଜିଲ୍ଲାର ପାଲିଗଂଜ ଗସ୍ତ କରିବେ । ସେ ସେଠାରେ ଲୋକସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିବେ । ସେ ଅନୁମଣ୍ଡଳ ମୁଖ୍ୟାଳୟ ବଜାର ସ୍ଥିତ କୃଷି ଫାର୍ମର ମୈଦାନରେ ରାଲିକୁ ସମ୍ବୋଧନ କରିବେ । ଏନଡିଏ ସରକାର ଗଠନ ପରେ ପ୍ରଥମ ଥର ବିହାର ଆସୁଛନ୍ତି ଶାହ । ବିଜେପି ପକ୍ଷରୁ ରାଲିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ରାଲିରେ ଏକ ଲକ୍ଷ ଲୋକଙ୍କୁ ଏକାଠି କରିବାର ଲକ୍ଷ୍ୟ ରହିଛି । ଏହା ପୂର୍ବରୁ ମାର୍ଚ୍ଚ 2ରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପାଇଁ ଶଙ୍ଖନାଦ କରିବେ ।

Show More

Related Articles

Back to top button