Breaking PLUSଓଡ଼ିଶାମୁଖ୍ୟ ଖବର

ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳିବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ ହେବ । ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ପ୍ରସ୍ତୁତି କରିଛି ବିଜେଡି । ପ୍ରଭାତରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରୁ ଶୁଭାରମ୍ଭ ହେବ । ପ୍ରତି ନିର୍ବାଚନମଣ୍ଡଳି, ବ୍ଲକ ଏବଂ ସହରାଞ୍ଚଳରେ ବିଜୁ ଜୟନ୍ତୀ ପାଳନ କରାଯିବ । ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ, ବାଳାଶ୍ରମରେ ଫଳ ବଣ୍ଟନ ସହିତ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ କାର୍ଯ୍ୟକ୍ରମ ରହିଛି । ଏହାସହିତ ୫ତାରିଖ ଅପରାହ୍ନରେ ପ୍ରତି ନିର୍ବାଚନମଣ୍ଡଳୀରେ ସାଧାରଣସଭା ଅନୁଷ୍ଠିତ ହେବ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।

Show More

Related Articles

Back to top button