Breaking PLUSଦେଶମୁଖ୍ୟ ଖବରରାଜନୀତି

କାମାରେଡ୍ଡୀ ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୁହିଁଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ ଭେଙ୍କେଟ ରମନ୍ନା

ନୂଆଦିଲ୍ଲୀ- ବିଜେପି ପ୍ରାର୍ଥୀ କଟିପଲ୍ଲି ଭେଙ୍କେଟ ରମନ୍ନା କାମାରେଡ୍ଡି ବିଧାନସଭା ଆସନରେ ତେଲେଙ୍ଗାନାର ଏବେର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେୱନ୍ତ ରେଡ୍ଡି ଉଭୟଙ୍କୁ ପରାସ୍ତ କରିଛନ୍ତି । ତେବେ ଉଭୟ ନେତା ନିଜର ଦ୍ୱିତୀୟ ଆସନରେ ବିଜୟୀ ହୋଇଛନ୍ତି ।
ଭେଙ୍କେଟ ରମନ୍ନା ନିଜର ପ୍ରମୁଖ ବିରୋଧୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାବଙ୍କୁ 4ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଯାହାକି ଏକ ବଡ ବିଜୟ । ଏହି ବିଜୟ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଏହା ଏକ ବଡ ବିଜୟ, ଯାହାର କି ଚର୍ଚ୍ଚା ହିଁ ହେଉନାହିଁ ।
କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ରେୱନ୍ତ ରେଡ୍ଡି କୋଡଙ୍ଗଲ ଆସନରୁ ବିଜୟୀ ହୋଇଥିବା ବେଳେ ବିଆରଏସର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଗଜଭେଲ ଆସନରୁ ବିଜୟୀ ହୋଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ, ତେଲେଙ୍ଗାନାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଥିବା ବେଳେ ବିଆରଏସ ବିରୋଧୀ ଆସନରେ ବସିବାକୁ ଯାଉଛି । ଅନ୍ୟପଟେ ଏଠାରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଛି । ପାଖାପାଖି 14 ପ୍ରତିଶତ ଭୋଟ ସହିତ ବିଜେପି ରାଜ୍ୟର ତୃତୀୟ ପ୍ରମୁଖ ଦଳ ଭାବେ ଉଭା ହୋଇଛି ।

Show More

Related Articles

Back to top button