Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ଜନଦେଶକୁ ସ୍ୱୀକାର କରୁଛୁ- ରାହୁଲ ଗାନ୍ଧି

ନୂଆଦିଲ୍ଲୀ-ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଏହି ତିନ ରାଜ୍ୟରେ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧି ।
ରାହୁଲ ଗାନ୍ଧି ରବିବାର ଏକ୍ସରେ କହିଛନ୍ତି ଯେ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନର ଜନାଦେଶକୁ ବିନମ୍ରତାପୂର୍ବକ ସ୍ୱୀକାର କରୁଛୁ । ବିଚାରଧାରାର ଲଢେଇ ଜାରି ରହିବ । ତେଲେଙ୍ଗାନାରେ ବିଜୟ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ । ପ୍ରଜାଳୁ ତେଲେଙ୍ଗାନା ଗଢିବାର ପ୍ରତିଶ୍ରୁତି ଆମେ ନିଶ୍ଚୟ ପୂରଣ କରିବୁ ବୋଲି ରାହୁଲ କହିଛନ୍ତି । ସମସ୍ତ କାର୍ଯ୍ୟକର୍ତ୍ତା ଓ ସେମାଙ୍କର ପରିଶ୍ରମ ଓ ସମର୍ଥନକୁ ହୃଦୟରୁ ଧନ୍ୟବାଦ ଜଣାଇଥିବା ରାହୁଲ କହିଛନ୍ତି ।

Show More

Related Articles

Back to top button