Breaking PLUSଓଡ଼ିଶାମୁଖ୍ୟ ଖବର

ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ପ୍ରତିବାଦ କରି ରାସ୍ତା ଉପରେ ଚୂଲି ଜାଳି ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ

ହୁ ହୁ ହୋଇ ବଢ଼ିଚାଲିଛି ଦରଦାମ । ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କୁ ଭାରି ପଡୁଛି । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ବଢ଼ି ଚାଲିଛି ଦରଦାମ । ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ଏଥିରେ ସଂଖ୍ୟାଧିକ ମହିଳା ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

ମହିଳା ବିଜେଡି କର୍ମୀ ଦରଦାମ ବୃଦ୍ଧିର ତୀବ୍ର ବିରୋଧ କରିଛନ୍ତି । ଗ୍ୟାସ୍ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୂଲି ଜାଳି ବିଜେଡି ପ୍ରତିବାଦ କରିଛି । ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ଦଳ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ ।

Show More

Related Articles

Back to top button