ଦେଶ ବିଦେଶ

ଚିହ୍ନଟ ହେଲା ବାର୍ଡ ଫ୍ଲୁ

ଇଉରୋପ ଏବଂ ଏସିଆକୁ ଆର୍ଲଟ ରହିବାକୁ ନିର୍ଦ୍ଦେଶ

ଇଉରୋପ ଏବଂ ଏସିଆକୁ ବାର୍ଡ ଫ୍ଲୁ ଭୟ । ୱାର୍ଲ୍ଡ ଅର୍ଗାନାଇଜେସନ୍‌ ଫର ଆନିମଲ ହେଲ୍‌ଥ୍‌ (ଓଆଇଇ) ବା ବିଶ୍ୱ ପଶୁସଂପଦ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ସତର୍କ କରାଯାଇଛି । କିଛିଦିନ ଭିତରେ ବାର୍ଡ ଫ୍ଲୁ ସଂକ୍ରମଣ ଭୟଙ୍କର ହେବା ଆଶଙ୍କା କରିଛି ଓଆଇଇ । ଇଉରୋପ ଏବଂ ଏସିଆରେ ଏହାର ନମୁନା ମିଳିଥିବା ଜଣାପଡ଼ିଛି । ନିକଟରେ ଚୀନ୍‌ର ଆଞ୍ଚଳିକ ଗଣମାଧ୍ୟମର ଏକ ତଥ୍ୟରୁ ଜଣାପଡ଼ିଛି ଯେ, ଚୀନ୍‌ରେ ଚଳିତ ବର୍ଷ ୨୧ ଜଣ ବାର୍ଡ ଫ୍ଲୁର H5N6 ଜୀବାଣୁରେ ଆକ୍ରାନ୍ତ ହୋଇଛନ୍ତି ।

ଯାହାକି ୨୦୨୦ ମସିହା ଆକ୍ରାନ୍ତଙ୍କ ଠାରୁ ମଧ୍ୟ ଅଧିକ । ଶୀତ ଋତୁରେ ପ୍ରଥମେ ଜାପାନରେ ଏହି ଭାଇରସ୍‌ର ଚିହ୍ନଟ କରାଯାଇଛି । ଜାପାନର ଉତ୍ତରରେ ଥିବା ଏକ କୁକୁଡ଼ା ଫାର୍ମରୁ ଏହା ମନୁଷ୍ୟକୁ ବ୍ୟାପିଥିଲା । ଏନେଇ ଜାପାନର କୃଷି ମନ୍ତ୍ରୀ ଗତ ସପ୍ତାହରେ ନିଶ୍ଚିତ କରିଛନ୍ତି । ଦକ୍ଷିଣ କୋରିଆରେ ମଧ୍ୟ ଚୁଙ୍ଗଚେଙ୍ଗବୁକ୍-ଡୋରେ ପ୍ରାୟ ୭,୭୦,୦୦୦ କୁକୁଡ଼ା ଥିବା ଫାର୍ମରେ ଏହି ସଂକ୍ରମଣ ହୋଇଥିବା ରିପୋର୍ଟରେ କୁହାଯାଇଛି । ଦକ୍ଷିଣ କୋରିଆ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ଦର୍ଶାଇ ସୋମବାର ଦିନ OIE ଏହା କହିଛି । ପରୀକ୍ଷା ପରେ କୁକୁଡ଼ା ଗୁଡ଼ିକୁ ମାରିଦିଆଯାଇଛି ।

Show More

Related Articles

Back to top button