ସ୍ୱାସ୍ଥ୍ୟ

ଅଧିକ ଖୁସି କିମ୍ବା ଅଧିକ ଦୁଃଖୀ ହେବା ଦ୍ୱାରା ଦେଖା ଦେଇଥାଏ ବାଇପୋଲର ଡ଼ିଜଅର୍ଡ଼ର ସମସ୍ୟା

ଅଧିକ ଖୁସି କିମ୍ବା ଅଧିକ ଦୁଃଖୀ ହେବା ଏକ ପ୍ରକାରର ମାନସିକ ରୋଗ ଅଟେ l ଖୁସିହୋଇ ଅଚାନକ ଅବସାଦକୁ ଚାଲିଯିବା ବାଇପୋଲର ଡ଼ିଜଅର୍ଡ଼ର ସମସ୍ୟା ଅଟେ l ଏହା ଏକ ପ୍ରକାରର ମାନସିକ ରୋଗ ,ଯାହା ଦ୍ୱାରା ମନରେ ଲଗାତାର ଅନେକ ମାସ ପର୍ଯ୍ୟନ୍ତ ଉଦାସୀନତା କିମ୍ବା ଖୁସି ରହିବ ଦେଖା ଯାଇଥାଏ l ଏହି ସମସ୍ୟାର ଚିକିତ୍ସା ସମ୍ଭବ ଅଟେ ,କିନ୍ତୁ କିଛି କଥାକୁ ଧ୍ୟାନ ରଖି ଆପଣ ଏଥିରୁ ଦୁରେଇ ରହି ପାରିବେ

ବାଇପୋଲର ଡ଼ିଜଅର୍ଡ଼ର ଦୁଇ ପ୍ରକାରର ରହିଥାଏ l ଗୋଟିଏ ହେଲା ଦୁଃଖିତ ରହିବା ଓ ଅନ୍ୟଟି ଖୁସି ହେବାପରେ ବ୍ୟକ୍ତି ଡିପ୍ରେସନକୁ ଚାଲିଯାଇଥାଏ ଏବଂ ଆତ୍ମହତ୍ୟା କରିବା ଭଳି ବିପଦ ପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ କରେ l ବୈଜ୍ଞାନିକ ମାନଙ୍କ ମତରେ ଅଧିକାଂଶ ସମୟ ଶରୀରର ରୋଗ ମଧ୍ୟ ମନରେ ଉଦାସୀନତା ଭାରି ଦେଇଥାଏ l ବେଳେବେଳେ ଅତ୍ୟଧିକ ମାନସିକ ଚିନ୍ତା ଏହି ରୋଗର କାରଣ ହୋଇଥାଏ l ଏହି ରୋଗର କୌଣସି ନିର୍ଦ୍ଧିଷ୍ଟ କାରଣ ନଥିବା ମଧ୍ୟ ଗବେଷକ ମାନେ କହିଛନ୍ତି ,ବଂଶାନୁକ୍ରମିକ ବେଳେ ବେଳେ ରହିଥିବା ସହିତ ଆଉ କେତେବେଳେ ଏହା ଅନ୍ୟ କେଉଁ କାରଣରୁ ଘଟିଥାଏ l

ଚିକିତ୍ସା-ବାଇପୋଲର ଡ଼ିଜଅର୍ଡ଼ର ଚିକିତ୍ସା ସମ୍ଭବ ଅଟେ l ସେଥିପାଇଁ ଏହି ରୋଗଗ୍ରସ୍ତ ହୋଇଥିବା ବ୍ୟକ୍ତିକୁ ମନୋ ଚିକିତ୍ସକଙ୍କୁ ଦେଖାଇ ପାରିବେ l ଯଦି ପାରୁଛନ୍ତି ଏହି ପ୍ରକାର ରୋଗୀ ମାନଙ୍କୁ ଅଧିକ ସମୟ ଧରି ଶୋଇବାକୁ ଦିଅନ୍ତୁ l ତା ସହିତ ପ୍ରତେକ ଦିନ ବ୍ୟାୟାମ ,ଯୋଗାସନ ଓ ଧ୍ୟାନ କରିବା ଉଚିତ l ଏହି ପ୍ରକାର ରୋଗୀ ମାନଙ୍କୁ କେବେବି ଅନୁଭବ କରାଇ ଦେବେ ନାହିଁଯେ ସେ ରୋଗଗ୍ରସ୍ତ ଅଛନ୍ତି l ତା ସହିତ ଗୀତ ଏବଂ ନାଚ ଇତ୍ୟାଦିକୁ ମଧ୍ୟ ଗୋଟିଏ ମାଧ୍ୟମ କରାଯାଇ ପାରିବ l ଯାହା ଦ୍ୱାରା ରୋଗୀର ସୁସ୍ଥ ମାନସିକତା ରହିବ l

Show More

Related Articles

Back to top button